ଓଡିଶା

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣରେ କୌଣସି ପରିବର୍ତ୍ତନ ଆସିନଥିବା ବେଳେ ମୃତ୍ୟୁ ହାର ସ୍ଥିର ରହିଛି । ଗତକିଛି ଦିନ ହେବ କରୋନାଜନିତ ମୃତ୍ୟୁ ଲଗାତର ୧୬-୧୭ ରହି ଆସୁଛି । ଗତ ଗୋଟିଏ ଦିନରେ ମଧ୍ୟ ୧୬ ଜଣଙ୍କ ଜୀବନ ନେଇଛି ଏହି ମହାମାରୀ ଭୂତାଣୁ । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ମୃତ୍ୟୁ ୯୭୪କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।
୧୬ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା, ବାଲେଶ୍ୱର ଜିଲ୍ଲାରୁ ୪ ଜଣ ଲେଖାଏଁ ମୃତ୍ୟୁବରଣ କରିଥିବା ବେଳେ ମୟୁରଭଞ୍ଜ, ନୟାଗଡ, କଳାହାଣ୍ଡି ଜିଲ୍ଲାରୁ ୨ ଜଣ ଲେଖାଏଁ ଓ ଝାରସୁଗୁଡା, ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁବରଣ କରିଛନ୍ତି ।
ରାଜ୍ୟରେ ଏଯାବତ୍ ୨୪୪୧୪୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୯୪୪୩ଟି ସକ୍ରିୟ ଆକ୍ରାନ୍ତ ରହିଥିବା ବେଳେ ୨୧୩୬୭୨ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସେହିପରି ୯୭୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ମୃତ୍ୟୁ ହୋଇଛି ।

Related posts

ଅବ୍ୟବସ୍ଥାରେ ଚାଲିଛି ଅସ୍ଥାୟୀ ସ୍ଵାସ୍ଥ୍ୟ କେନ୍ଦ୍ର

mahabharatanews

ଝାରସୁଗୁଡାର ବ୍ୟବସାୟୀଙ୍କ ଘରୁ ଡକାୟତି ଘଟଣାରେ ନୂଆ ଟ୍ବିଷ୍ଟ

mahabharatanews

ଅସହ୍ୟ ତାତି : ସମ୍ବଲପୁର ଓ ସୋନପୁରରେ ତାପମାତ୍ରା ୪୪.୬ ଡିଗ୍ରି ପାରଦ

mahabharatanews