ଓଡିଶା

ବିଦ୍ୟୁତ ତାରରେ ଚାଲିଗଲା ହାତୀର ଜୀବନ

(କଣ୍ଟାମାଳ) :  ଦିନକୁ ଦିନ ହାତୀ ମୃତ୍ୟୁ ମାମଲା ରାଜ୍ୟରେ ବଢି ଚାଲିଛି । ୧୧ କେଭି ବିଦ୍ୟୁତ ତାର ସଂସ୍ବର୍ଶରେ ଆସି ଚାଲିଗଲା ଦନ୍ତା ହାତୀର ଜୀବନ। ବୌଦ୍ଧ ଜିଲ୍ଲା କଣ୍ଟାମାଳ ରେଞ୍ଜ ବରଗାଁ ପଞ୍ଚାୟତର ଘୁଚାଙ୍ଗି ଗାଁ ପାଖ ଜଙ୍ଗଲରେ ଦେଖିବାକୁ ମିଳିଛି ଏଭଳି ଅଘଟଣ । ତେବେ ମୃତ ହାତୀଟି ଉଦ୍ଧାର ହୋଇଛି।

ସୂଚନାନୁଯାୟୀ , କିଛି ଲୋକେ ଏହି ଦୃଶ୍ୟ ଦେଖିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ଘଟଣା ସ୍ଥଳରେ ବନବିଭାଗ ଟିମ ପହଞ୍ଚି ତଦନ୍ତ କରଥିଲା। ଏହାପରେ ହାତୀକୁ ପୋତି ଦିଆଯାଇଥିବା ଜଣାଯାଇଛି।

 

 

ଉଲ୍ଲେଖଯୋଗ୍ୟ,  ବିଦ୍ୟୁତ ଆଘାତରେ ହାତୀ ମୃତ୍ୟୁ ମାମଲା ବଢୁଥିବାରୁ ନିକଟରେ ହାଇକୋର୍ଟ ମଧ୍ୟ ଏ ପ୍ରସଙ୍ଗରେ ଉଦବେଗ କରିବା ସହ ଏ ଦିଗରେ ତ୍ୱରିତ ପଦକ୍ଷେପ ନେବାକୁ କହିଥିଲେ।

Related posts

ଅନନ୍ତଙ୍କ ନାମରେ ଅଭିଯୋଗ ନୂଆ ନୁହେଁ

mahabharatanews

୨୦୨୩ ହକି ବିଶ୍ୱକପ ଲାଗି ବାଜିଲା ବିଗୁଲ

mahabharatanews

ବିଜେପି ନେତାଙ୍କ ଗାଡ଼ି ଧକ୍କାରେ ଚାଲିଗଲା ଯୁବକର ଜୀବନ 

mahabharatanews