ଓଡିଶା

ପୁର୍ବ ଭଳି ତୃତୀୟ ପର୍ୟ୍ୟାୟ ଲକ୍ ଡାଉନ୍ କୁ ମାନିବାକୁ ପୁରୀ ଜିଲ୍ଲା ବାସୀଙ୍କୁ କହିଛନ୍ତି ଜିଲ୍ଲାପାଳ

(ଜୟନ୍ତ କୁମାର ସେଠୀ ) : ବିଶ୍ବ ମହାମାରୀ କରୋନା ଭୁତାଣୁ ସମଗ୍ର ଦେଶରେ କାୟା ବିସ୍ତାର କରୁଥିବା ନେଇ ଚଳିତ ମାସ ୪ ତାରିଖ ରୁ ତୃତୀୟ ପର୍ୟ୍ୟାୟ ଲକ ଡାଉନ ଆରମ୍ଭ ହେବ। ଦୁଇ ସପ୍ତାହ ପାଇଁ ଏହି ଲକ ଡାଉନ ହେବ। କେନ୍ଦ୍ର ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ତେବେ ପୂର୍ବ ଭଳି ଲକ ଡାଉନ କୁ ଯେଭଳି ପୁରୀ ଜିଲାର ଲୋକମାନେ ମାନି ଆସୁଛନ୍ତି ତୃତୀୟ ପର୍ୟ୍ୟାୟ ଲକ ଡାଉନ କୁ ମାନିବାକୁ ପୁରୀ ଜିଲା ବାସୀ ଙ୍କୁ କହିଛନ୍ତି ଜିଲାପାଳ ବଲବନ୍ତ ସିଂ। ସାମାଜିକ ଦୂରତ୍ୱ ବଜାୟ ରଖିବା ,, ମାସ୍କ ପିନ୍ଧିବା ,, ହାତ ସାବୁନ ରେ ଧୋଇବା ଆଦି କାର୍ୟ୍ୟ କୁ ଚାଲୁ ରଖିବା ପାଇଁ ଲୋକ ଙ୍କୁ ଜିଲାପାଳ କହିଛନ୍ତି। ସେହିପରି ଅତି ଜରୁରୀ ନ ଥିଲେ ଘରୁ ନ ବାହାରି ବାକୁ ମଧ୍ୟ ପୁରୀ ଜିଲାପାଳ କହିଛନ୍ତି। ସେହିପରି ପ୍ରତିଦିନ ଜରୁରୀ କାର୍ୟ୍ୟ ରେ ଗଲା ବେଳେ କେଉଁ ଠିକି ଯାଉଛେ , କାହା ସହିତ ମିଶୁଚେ ଏ ନେଇ ଏକ ତଥ୍ୟ ପ୍ରତିଦିନ ରାତି ରେ ଏକ ଖାତା ରେ ଲେଖି ରଖିବାକୁ ଲୋକ ଙ୍କୁ କହିଛନ୍ତି ପୁରୀ ଜିଲାପାଳ। ଏହା ଦ୍ୱାରା ଭବିଷ୍ୟତ ରେ କରୋନା ପଜେଟିଭ କେଶ ରେ ଉକ୍ତ ବ୍ୟକ୍ତି ଙ୍କ କାହା ସହିତ ଯୋଗାଯୋଗ ଥିଲା ପ୍ରଶାସନ ଜାଣି ପାରିବ। ଏହା ଦ୍ୱାରା କରୋନା ବ୍ୟାପିବା ରୋକି ହେବ।

Related posts

 ସେପ୍ଟେମ୍ବର ପହିଲାରୁ ରାଉରକେଲା-କୋଲକାତାକୁ ଉଡ଼ିବ ବିମାନ 

mahabharatanews

ଭାଲୁ ଆକ୍ରମଣରେ ୩ ଆହତ

mahabharatanews

ଆରମ୍ଭ ହେଲା ମତଦାନ, ୪୧୨ ପ୍ରାର୍ଥୀଙ୍କ ଭାଗ୍ୟ ଲକ୍ ହେବ

mahabharatanews

Leave a Comment