ଓଡିଶା

ଆସିଥିବା ପଶ୍ଚିମବଙ୍ଗରୁ ୧୨୮ ଜଣବ୍ୟକ୍ତିଙ୍କ ମଧ୍ୟରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ କୌଣସି କରୋନା ପଜେଟିଭ ଆସିନାହିଁ 

(ଜୟନ୍ତ କୁମାର ସେଠୀ ) : କୋଭିଡ ୧୯ ର ମୁକାବିଲା ନେଇ ପୁରୀ ଜିଲା ପ୍ରଶାସନ ସବୁ ବେଳେ ପ୍ରସ୍ତୁତ ରହିଛି। ତେବେ ପୁରୀ ଜିଲାପାଳ ବଲବନ୍ତ ସିଂ ଙ୍କ ସୂଚନା ଅନୁଯାୟୀ ଏ ପର୍ୟ୍ୟନ୍ତ ପୁରୀ ଜିଲ୍ଲାରେ ୧୨୬୦ ଟି କରୋନା ନେଇ ସ୍ୱାବ ଟେଷ୍ଟ ହୋଇଛି। ସେଥି ମଧ୍ୟରୁ ପୂର୍ବରୁ କେଵଳ ଜଣେ ପିପିଲି ଅଞ୍ଚଳରେ ପଜେଟିଭ ଥିଲେ। ଯିଏକି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। ଆଉ ନୂଆ ପଜେଟିଭ କେସ ଆସିନାହିଁ। ଅନ୍ୟପଟେ ପୁରୀ ଜିଲା କୁ ପଶ୍ଚିମବଙ୍ଗ ରୁ ୧୨୮ ଜଣ ବ୍ୟକ୍ତି ଆସିଥିବା ଜିଲା ପ୍ରଶାସନ ନିକଟରେ ତଥ୍ୟ ରହିଛି। ସେଥି ମଧ୍ୟ ରୁ ୭୪ ଜଣଙ୍କ ସ୍ୱାବ ଟେଷ୍ଟ ହୋଇଛି। ଯେଉଁ ଥିରେକି କୌଣସି କରୋନା ପଜେଟିଭ ଆସିନାହିଁ। ଅନ୍ୟ ଲୋକ ଙ୍କ ଟେଷ୍ଟ ଖୁବ ଶୀଘ୍ର ହେବ। ସେହିପରି ବାହାର ରାଜ୍ୟ ରୁ ଯଦି କେହି ବ୍ୟକ୍ତି ନିଜ ଅଞ୍ଚଳ କୁ ଆସିଛନ୍ତି ସେ ନେଇ ତୁରନ୍ତ ସ୍ତାନୀୟ ପ୍ରଶାସନ , ସରପଞ୍ଚ ଙ୍କୁ ଜଣାଇ ବାକୁ ଲୋକ ଙ୍କୁ ଅନୁରୋଧ କରିଛନ୍ତି ପୁରୀ ଜିଲାପାଳ। ତେବେ ରାଜ୍ୟ ଭିତରେ ବିଭିନ୍ନ ଜିଲା ରୁ ଯଦି କେହି କୋୖଣସି କାର୍ୟ୍ୟ ରେ କିଏ ନିଜ ଘରକୁ ଆସିଥାନ୍ତି ତାଙ୍କୁ ସ୍ତାନୀୟ ଅଞ୍ଚଳରେ ହଇରାଣ ନ କରିବାକୁ ଜିଲାପାଳ କହିଛନ୍ତି। କେତେକ କ୍ଷେତ୍ରରେ ଦେଖା ଯାଉଚି ଅନ୍ୟ ଜିଲା ରୁ ଆସିଥିବା ଲୋକ ଙ୍କୁ କରୋନା ଟେଷ୍ଟ ନେଇ ସ୍ଥାନୀୟ ଲୋକ ବାଧ୍ୟ କରୁଛନ୍ତି। ଗାଁ ରେ ପୁରାଇ ଦେଉ ନାହାନ୍ତି। ଯାହାକି ଆଇନ କୁ ହାତକୁ ନେବା ଭଳି ବୋଲୀ ଜିଲାପାଳ କହିଛନ୍ତି। ଯଦି କୌଣସି ଅଭିଯୋଗ ରହିଛି ସ୍ତାନୀୟ ପ୍ରଶାସନ କୁ ଲୋକ ମାନେ ଜଣାଇବା ଉଚିତ। ତେବେ ଦ୍ୱିତୀୟ ପର୍ୟ୍ୟାୟରେ ଲକ ଡାଉନ ନୀୟମ ପୁରୀ ଜିଲାବାସି ନିଷ୍ଠା ର ସହ ପାଳନ କରିଥିବା ହେତୁ ଜିଲାପାଳ ବଲବନ୍ତ ସିଂ ଲୋକ ଙ୍କୁ ଧନ୍ୟବାଦ ଦେଇ ଛନ୍ତି।

Related posts

କଟକ ବେହେରା ସାହିରୁ ୫୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews

ନନ୍ଦନକାନନକୁ ଆସିବେ ୨ ନୂଆ ଅତିଥି 

mahabharatanews

ବହୁଳ ପ୍ରଚାର ପ୍ରସାର ଓ କ୍ୱିଣ୍ଟାଲ ପିଛା ୩୧୦୦ ଟଙ୍କା ପରେ ବି କମିଛି ପଞ୍ଜିକରଣ ସଂଖ୍ୟା

mahabharatanews