ଓଡିଶା

ପେଟ୍ରୋଲ ପମ୍ପ ରେ ଲାଗିଲା ମନି ସାନିଟାଇଜର ଓ ବାଇକ ସାନିଟାଇଜର ମେସିନ

(ଗୋଲାପ ସାହୁ/ କଳାହାଣ୍ଡି): କଳାହାଣ୍ଡି ଜିଲ୍ଲା କୋକସରା ବ୍ଳକ ମୋଟେର ମେଧାବୀ ଏଣ୍ଡ ସନସ ଇଣ୍ଡେନ ପେଟ୍ରୋଲ ପମ୍ପରେ ମନୀ ସାନିଟାଇଜର ଓ ବାଇକ ସାନିଟାଇଜର ମେସିନ ଲଗାଇଛନ୍ତି ପେଟ୍ରୋଲପମ୍ପ ମାଲିକ।କରୋନା ସଂକ୍ରମଣରୁ ରୋକିବା ପାଇଁ ଏହା ଏକ ବଡ଼ ପଦକ୍ଷେପ । ଏହା ଦ୍ଵାରା ପେଟ୍ରୋଲ ପମ୍ପ କୁ ଆସୁଥିବା ଗ୍ରାହକ ମାନେ ସାନିଟାଇଜର ହୋଇ ବେଶ ଉପକୃତ ହେବେ ତଥା ସେମାନେ ଦେଉଥିବା ଟଙ୍କା ମଧ୍ୟ ସାନିଟାଇଜର ହୋଇ ପାରିବ । ସାରା ରାଜ୍ୟରେ ବର୍ତ୍ତମାନ ସ୍ଥିତିରେ ଦିନକୁ ଦିନ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମସ୍ତଙ୍କ ମନରେ ଭୟର ବାତାବରଣ ସୃଷ୍ଟି କରିଛି । ଏହାକୁ ସ୍ବଦେଶୀ ଜ୍ଞାନ କୌଶଳରେ ନିର୍ମାଣ କରିଛନ୍ତି ।କଳାହାଣ୍ଡି ଜିଲ୍ଲା ଖରିଆର ବ୍ଲକର ଲକ୍ଷ୍ମନ ଦୁଣ୍ଡି । ସେ ଷ୍ଟାଟପ ଓଡିଶା ଝଗଝଋ ତରଫରୁ ସେ ଦୁଣ୍ଡି ଇଲେକ୍ଟ୍ରି ଏଣ୍ଡ ଇଲେକ୍ଟ୍ରିକାଲ ପ୍ରାଇଭେଟ ଲିମିଟେଡ଼ ଏକ କମ୍ପାନୀ ମଧ୍ୟ ଆରମ୍ଭ କରିଛନ୍ତି । ୩୦ହଜାର ଟଙ୍କା ବ୍ୟୟ ରେ ଏହି ମେସିନ ଲଗାଯାଇପାରିବ ବୋଲି ଲକ୍ଷ୍ମନ କହିଛନ୍ତି । କଳାହାଣ୍ଡି ଜିଲ୍ଲାରେ ପ୍ରଥମେ ବଳଦିଆମାଲ ପେଟ୍ରୋଲ ପମ୍ପରେ ଲାଗିଥିବା ବେଳେ ବର୍ତ୍ତମାନ ମୋଟେର ମେଧାବୀ ଏଣ୍ଡ ସନସ ପେଟ୍ରୋଲ ପମ୍ପ ମାଲିକ ଅନୀଲ କୁମାର ପଣ୍ଡା ଏହା ଲଗାଇଛନ୍ତି ।

Related posts

ଖୋଲିଲା ହୀରାକୁଦର ୬ଟି ଗେଟ୍ 

mahabharatanews

ମୁଣ୍ଡଳି ବ୍ୟାରେଜରୁ ଯୁବତୀ ନିଖୋଜ

mahabharatanews

କାନ୍ଥରେ ପିଟି ହୋଇ ଦୁଇ ବାଇକ୍ ଆରୋହୀ ମୃତ

mahabharatanews