ଓଡିଶା

ମାଲକାନାଗିରିରେ ବନ୍ୟା ଆଶଙ୍କା

ମାଲକାନାଗିରି(ମହାଭାରତ): ବିପଦ ସଙ୍କୁଳ ଅବସ୍ଥାରେ ଗୋଦାବରୀ ନଦୀ । ବଢୁଛି ତେଲେଙ୍ଗାନାର ଭଦ୍ରାଚଳମରେ ଗୋଦାବରୀ ନଦୀର ଜଳସ୍ତର । ତେଣୁ ଏଠାରେ ବନ୍ୟା ଆଶଙ୍କା ମଧ୍ୟ ଦେଖାଦେଇଛି ।
ସୀମାନ୍ତ ତେଲେଙ୍ଗାନାର ଭଦ୍ରାଚଳମଠାରେ ଗୋଦାବରୀ ନଦୀର ଜଳସ୍ତର ଧିରେ ଧିରେ ବଢିବାରେ ଲାଗିଛି । ତେବେ ଏହି ଜଳସ୍ତର ବଢି ୪୩ ଫୁଟ ଅତିକ୍ରମ କରିବାରୁ ଏଠାରେ ଏବେ ବିପଦ ସଙ୍କେତ ଜାରି କରାଯାଇଛି । ଏପରିକି ମାଲକାନାଗିରି ଅଞ୍ଚଳରେ ବନ୍ୟା ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ତେବେ ଏହାପରେ ଗୋଦାବରୀ ନଦୀକୂଳିଆ ଅଞ୍ଚଳର ଲୋକମାନଙ୍କୁ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ଗୋଦାବରୀ ନଦୀ ସହ ମାଲକାନଗିରି ଜିଲ୍ଲାର ସିଲେରୁ ଓ ସବେରୀ ନଦୀ ସିଧା ମିଶିଥବା ବେଳେ ଜିଲ୍ଲାର ଛୋଟ ବଡ ନଦୀ ଗୁଡିକ ମଧ୍ୟ ସିଲେରୁ ଓ ସବେରୀ ସହ ମିଶିଛି । ବର୍ଷା ପରିମାଣ ବୃଦ୍ଧି ପାଇଲେ ଜିଲ୍ଲାର ନଦୀଗୁଡ଼ିକ ଫୁଲିବାର ଆଶଙ୍କା ସୃଷ୍ଟି ହୋଇଛି। ଫଳରେ ମାଲକାନଗିରି ଜିଲ୍ଲାର ତିଲେରୁ, ସାବେରୀ ନଦୀରେ ବନ୍ୟା ଆଶଙ୍କା ଦେଖାଦେଇଛି।

Related posts

ସୁଙ୍ଗୁଡ଼ା ଗ୍ରାମ୍ୟ ରାସ୍ତା ଆଲୋକିକରଣ ଉଦ୍ଘାଟିତ

mahabharatanews

ଗାଡି ଓଲଟି ୮ ଶ୍ରମିକ ଆହତ

mahabharatanews

ବିଚ୍ଛିନ୍ନାଞ୍ଚଳବାସୀଙ୍କ ମଧ୍ୟରେ ଖୁସିର ଲହରୀ: ପ୍ରଥମ କରି ·ଲିଲା ୱାଟର ଅ ।ମ୍ବୁଲାନ୍ସ

mahabharatanews