Uncategorized

ପୋଲିସ କର୍ମୀଙ୍କୁ ବିକ୍ଷୋଭକାରୀଙ୍କ କବଳରୁ ବଞ୍ଚାଇଲେ ମସୁଲିମ୍ ଯୁବକ

ଅହମଦାବାଦ: ନାଗରିକତା ସଂଶୋଧନ ଆଇନକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ ଜାରି ରହିଛି । ଏଥିପାଇଁ ବିଭିନ୍ନ ସ୍ଥାନରେ ପୋଲିସ ଓ ଆନ୍ଦୋଳନକାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଛି । ଏଭଳି କିଛି ଦୃଶ୍ୟ ଗୁଜରାଟର ଅହମଦାବାଦରେ ଦେଖିବାକୁ ମିଳିଛି । ତେବେ ଏ ଦୃଶ୍ୟ ଅନ୍ୟସ୍ଥାନ ଗୁଡିକରେ ହୋଇଥିବା ହିଂସାଠାରୁ ଟିକେ ଅଲଗା ରହିଛି । ଅହମବାଦରେ ଶାହ-ଏ-ଆଲାମ ଅଞ୍ଚଳରେ ସିଏଏ ବିରୋଧରେ ଆନ୍ଦୋଳନ ଚାଲିଥିବା ବେଳେ ଆନ୍ଦୋଳନକାରୀଙ୍କ ପଥର ମାଡରେ ଡିସିପି, ଏସିପି, ଇନସପେକ୍ଟରଙ୍କ ସମେତ ୧୯ ଜଣ ପୋଲିସ କର୍ମୀ ଆହତ ହୋଇଥିଲୋ ଏହି ପୋଲିସ କର୍ମୀଙ୍କ ମଧ୍ୟରୁ ଜଣେ ଆନ୍ଦୋଳନକାରୀଙ୍କ ମଧ୍ୟରେ ଫସି ଯାଇଥିଲୋ ସେ ବିକ୍ଷୋଭକାରୀଙ୍କ ଇଟା ଓ ପଥର ମାଡର ଶିକାର ହୋଇଥିଲେ । ତେବେ ଏହି ସମୟରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଥିଲା । ଆନ୍ଦୋଳନକାରୀଙ୍କ ମଧ୍ୟରୁ ୭ଜଣ ମସୁଲିମ୍ ଯୁବକ ହାତରେ ତ୍ରିରଙ୍ଗା ଧରି ଆଗକୁ ଆସିଥିଲେ ଓ ତଳେ ପଡି ଯାଇଥିବା ଉକ୍ତ ପୋଲିସ କର୍ମଚାରୀଙ୍କୁ ବିକ୍ଷୋଭକାରୀଙ୍କ ଆକ୍ରୋଶର ଶିକାର ହେବାରୁ ରକ୍ଷା କରିଥିଲେ । ଯୁବକମାନଙ୍କ ଏଭଳି କାର୍ଯ୍ୟକୁ ସାଧାରଣରେ ଖୁବ ପ୍ରଶଂସା କରାଯାଇଛି । ସୂଚନାଯୋଗ୍ୟ, ଗତ ଗୁରୁବାର ସିଏଏକୁ ବିରୋଧ କରି ଗୁଜରାଟ ବନ୍ଦ ଡାକରା ଦିଆଯାଇଥିଲା । ଏହି ସମୟରେ ଶାହ-ଏ-ଆଲମ ଅଞ୍ଚଳରେ ଅଧିକ ହିଂସା ଦେଖିବାକୁ ମିଳିଥିଲା । ପୋଲିସ ଏହି ହିଂସା ଘଟଣାରେ ୩୦ରୁ ଉଦ୍ଧ୍ୱର୍ ବିକ୍ଷୋଭକାରୀଙ୍କୁ ଗିରଫ କରିଛି ।

Related posts

ଏହି ପଂଚାୟତ ଝିଅଙ୍କୁ ଦେଇଛି ଏପରି ସମ୍ମାନ

mahabharatanews

ଶାନ୍ତି ରକ୍ଷା ପାଇଁ ସୋନୋୱାଲଙ୍କ ଅପିଲ୍

mahabharatanews

କରୋନା ଚିକିତ୍ସା ଶୀଘ୍ର ସମ୍ଭବ: ନେଦରଣାଣ୍ଡ

mahabharatanews