Uncategorized

ବୋଲସୋନାରୋ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି

(ନୂଆଦିଲ୍ଲୀ): ପ୍ରଥମ ଥର ପାଇଁ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୋଲସୋନାରୋ ଜାନୁଆରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ । ସେ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ହେବାକୁ ଥିବା ୭୧ ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କ ସହ ୭ ଜଣିଆ କ୍ୟାବିନେଟ ମନ୍ତ୍ରୀଙ୍କ ଦଳ ଏବଂ ୧୨ରୁ ଅଧିକ ଉଚ୍ଚ ଅଧିକାରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ଜାନୁଆରୀ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ବୋଲସୋନାରୋଙ୍କ ସମ୍ମାନରେ ଏକ ସଭାର ଆୟୋଜନ ହେବ । ବ୍ରାଜିଲ ରାଷ୍ଟ୍ରପତି ତାଙ୍କ ଗସ୍ତ କାଳରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଏହା ପୁର୍ବରୁ ୧୯୯୬ ଓ ୨୦୦୪ରେ ତକ୍ରାଳୀନ ବ୍ରାଜିଲ ରାଷ୍ଟ୍ରପତି ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Related posts

ରାଜ୍ୟରେ ଆଉ ୧୦ ଜଣଙ୍କ କରୋନାରେ ମୃତ୍ୟୁ

mahabharatanews

ବୁହାନରୁ ୭୬ ଭାରତୀୟଙ୍କ ସମେତ ୧୧୨ଙ୍କୁ ନେଇ ଫେରିଲା ବିମାନ

mahabharatanews

ଟ୍ରେନ- ବସ ଧକ୍କା, ୧୯ ଯାତ୍ରୀଙ୍କ ମୃତ୍ୟୁ

mahabharatanews

Leave a Comment