Uncategorized

ବୋଲସୋନାରୋ ସାଧାରଣତନ୍ତ୍ର ଦିବସ ମୁଖ୍ୟ ଅତିଥି

(ନୂଆଦିଲ୍ଲୀ): ପ୍ରଥମ ଥର ପାଇଁ ବ୍ରାଜିଲ ରାଷ୍ଟ୍ରପତି ଜୈର ବୋଲସୋନାରୋ ୪ ଦିନିଆ ଭାରତ ଗସ୍ତରେ ଆସୁଛନ୍ତି । ସେ ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ବୋଲସୋନାରୋ ଜାନୁଆରୀ ୨୪ରୁ ୨୭ ପର୍ଯ୍ୟନ୍ତ ଭାରତରେ ରହିବେ । ସେ ଜାନୁଆରୀ ୨୪ ତାରିଖରେ ଦିଲ୍ଲୀରେ ପହଞ୍ଚିବେ ବୋଲି ସୂଚନା ମିଳିଛି । ଦିଲ୍ଲୀରେ ହେବାକୁ ଥିବା ୭୧ ତମ ସାଧାରଣତନ୍ତ୍ର ଦିବସ ଉତ୍ସବରେ ଯୋଗ ଦେବା ପାଇଁ ତାଙ୍କ ସହ ୭ ଜଣିଆ କ୍ୟାବିନେଟ ମନ୍ତ୍ରୀଙ୍କ ଦଳ ଏବଂ ୧୨ରୁ ଅଧିକ ଉଚ୍ଚ ଅଧିକାରୀ ମଧ୍ୟ ଭାରତ ଗସ୍ତରେ ଆସୁଛନ୍ତି । ଜାନୁଆରୀ ୨୫ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ପକ୍ଷରୁ ବୋଲସୋନାରୋଙ୍କ ସମ୍ମାନରେ ଏକ ସଭାର ଆୟୋଜନ ହେବ । ବ୍ରାଜିଲ ରାଷ୍ଟ୍ରପତି ତାଙ୍କ ଗସ୍ତ କାଳରେ ଉପରାଷ୍ଟ୍ରପତି ଭେଙ୍କୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ବର୍ହିବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କରଙ୍କ ସହ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି । ସୂଚନାଯୋଗ୍ୟ, ଏହା ପୁର୍ବରୁ ୧୯୯୬ ଓ ୨୦୦୪ରେ ତକ୍ରାଳୀନ ବ୍ରାଜିଲ ରାଷ୍ଟ୍ରପତି ଭାରତର ସାଧାରଣତନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ।

Related posts

ଏଲଏସିରେ ଭାରତ-ଚୀନ ସେନା ମଧ୍ୟରେ ପୁଣି ସଂଘର୍ଷ

mahabharatanews

କେଜ୍ରିୱାଲଙ୍କ ଶପଥ ଗ୍ରହଣ ଉତ୍ସବକୁ ମୋଦିଙ୍କୁ ନିମନ୍ତ୍ରଣ

mahabharatanews

ଲକଡାଉନର ଭୟାବହତା: ମଲା ଜୀବକୁ ରାସ୍ତା ଉପରେ ଖାଉଛି ମଣିଷ

mahabharatanews