ଓଡିଶା

ପୋଲିସ ଜିପ୍-ଟ୍ରକ୍ ମୁହାଁମୁହିଁ ଧକ୍କା

(ମହାଭାରତ, ଢେଙ୍କାନାଳ): ଢେଙ୍କାନାଳ ଟାଉନ ଥାନା ଅନ୍ତର୍ଗତ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ ନିକଟରେ ଏକ ମର୍ମନ୍ତୁଦ ସଡକ ଦୂର୍ଘଟଣା ଘଟିଛି । ଏକ ପୋଲିସ ଜିପ୍ ଓ ଟ୍ରକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଘଟଣାସ୍ଥଳରେ ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ଏହି ଦୂର୍ଘଟଣାରେ ୩ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ଭିକାରୀ ଚରଣ । ସେ ଓଏସଏପି ଫାଷ୍ଟ ବାଟାଲିଅନର ଡେପୁଟି ସୁବେଦାର ଥିଲେ ବୋଲି ଜଣାପଡିଛି । ଆହତମାନେ ସେହି ବାଟାଲିଅନର ହୃଷିକେଶ ସିଂହ, ରାଜେନ୍ଦ୍ର ବିଶ୍ୱାଳ ଓ ଅଶ୍ୱିନୀ ରାଉତ ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତ ବୁଧବାର ରାତି ପ୍ରାୟ ଗୋଟାଏ ବେଳେ ଏହି ଦୁର୍ଘଟଣା ଘଟିଥିବା ଜଣାପଡିଛି । ପୋଲିସ କର୍ମଚାରୀମାନେ କଟକରୁ ଏକ ବୈଠକରେ ଯୋଗ ଦେଇ ପୋଲିସ ଜିପ୍ରେ ଢେଙ୍କାନାଳ ଫେରୁଥିଲେ । ଏହି ସମୟରେ ୫୫ ନମ୍ବର ଜାତୀୟ ରାଜପଥର କଲେଜ ବାଇପାସ ନିକଟରେ ଢେଙ୍କାନାଳରୁ କଟକ ଅଭିମୁଖେ ଯାଉଥିବା ଏକ ଟ୍ରକ ସହ ସେମାନଙ୍କ ଜିପ୍ର ମୁହାଁମୁହିଁ ଧକ୍କା ହୋଇଥିଲା । ଘଟଣାସ୍ଥଳରେ ଡେପୁଟି ସୁବେଦାରଙ୍କ ମୃତ୍ୟୁ ହୋଇଥିଲା । ଗୁରୁତର ୩ ଜଣଙ୍କୁ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ଦୂର୍ଘଟଣା ପରେ ଟ୍ରକ ସହ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଛି । ପୋଲିସ ଏହି ଘଟଣାରେ ତଦନ୍ତ ଆରମ୍ଭ କରିଛି ।

Related posts

ସମ୍ବଲପୁରରେ ୧୫୫୩ କୋଟିରୁ ଅଧିକ ଟଙ୍କାର ବିଭିନ୍ନ ପ୍ରକଳ୍ପ ଆରମ୍ଭ

mahabharatanews

ଆତ୍ମହତ୍ୟା କଲେ ଟେଲି ଅଭିନେତ୍ରୀ ସେଜଲ

mahabharatanews

ସାପ କାମୁଡାରେ ଚାଲିଗଲା ଯୁବକଙ୍କ ଜୀବନ

mahabharatanews