ଓଡିଶା

ବନ୍ଦରରେ ନିଯୁକ୍ତି ଲାଗି ଏଡିଏମଙ୍କୁ ସ୍ମାରକପତ୍ର

ଗଞ୍ଜାମ (ରଜନୀକାନ୍ତ ପାତ୍ର): ଛତ୍ରପୁର ଉପକଣ୍ଠରେ ଥିବା ଗୋପାଳପୁର ପୋର୍ଟରେ ସ୍ଥାନୀୟ ଶ୍ରମିକଙ୍କୁ ନିଯୁକ୍ତି ଲାଗି ଗଞ୍ଜାମ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ଅତିରିକ୍ତ ଜିଲ୍ଲାପାଳ (ଏଡିଏମ) ଲୀନା କୁମାରୀ ଖେସଙ୍କୁ ପ୍ରଦାନ କରାଯାଇଛି। କଣମଣା ପଞ୍ଚାୟତରେ ବହୁ ଗରିବ ଶ୍ରେଣୀର ଲୋକ ବସବାସ କରୁଛନ୍ତି। ହେଲେ ବନ୍ଦରରେ ବାହାର ଅଞ୍ଚଳ ତଥା ରାଜ୍ୟର ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। ଫଲରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କାମଧନ୍ଦା ଲାଗି ସମ୍ପୃକ୍ତ ଗରିବ ଲୋକମାନେ ବାହାର ରାଜ୍ୟକୁ ଯାଉଛନ୍ତି। ତେଣୁ ସ୍ଥାନୀୟ ଅଞ୍ଚଳର ଗୋପାଳପୁର ପୋର୍ଟରେ ନିଯୁକ୍ତି ପ୍ରଦାନ ଲାଗି ସ୍ମାରକପତ୍ରରେ ଦର୍ଶାଇଛନ୍ତି। ସ୍ମାରକପତ୍ର ପ୍ରଦାନବେଳେ ସମାଜସେବୀ ଭାଗିରଥି ବେହେରା, କଣମଣା ପଞ୍ଚାୟତର ନାଏବ ସରପଞ୍ଚ ପ୍ରଶାନ୍ତ ବେହେରା, ଟି. କ୍ରିଷ୍ଣା ରାଓ, ଶୋଭନ କୁମାର ବେହେରା, ଅନୀଲ ବେହେରା, ଲିଲି ବେହେରା, ମିନତୀ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

Related posts

ରାଜ୍ୟରେ ପୁଣି ୩୭୪୮ ସଂକ୍ରମିତ ଚିହ୍ନଟ

mahabharatanews

ଇଚ୍ଛାଶକ୍ତି ଆଗରେ ହାର ମାନିଛି ବୟସ

mahabharatanews

ହାଇଦର ଏନକାଉଣ୍ଟର: ଜବାବ ତଲବ କଲା ଓଏଚଆରସି

mahabharatanews