ଓଡିଶା

ପୋଲ ତଳକୁ ଖସିପଡିଲା କେରଳରୁ କୋଲକାତା ଆସୁଥିବା ପ୍ରବାସୀଙ୍କ ବସ

ବାଲେଶ୍ଵର : ପ୍ରବାସୀଙ୍କ ଆଉ ଏକ ବସ ଦୁର୍ଘଟଣାଗ୍ରସ୍ତ ହୋଇଛି । ବସଟି ରାସ୍ତାରୁ ପ୍ରାୟ ୨୫ ଫୁଟ ତଳକୁ ଖସିପଡିଥିଲେ ମଧ୍ୟ କାହାରି ମୃତ୍ୟୁ ହୋଇ ନାହିଁ । ବାଲେଶ୍ଵର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅଧୀନ ମଙ୍ଗଳପୁର ପୋଲ ନିକଟରେ କୋଲକାତାର ପ୍ରବାସୀ ଶ୍ରମିକଙ୍କୁ ନେଇ କେରଳରୁ ଆସୁଥିବା ଏକ ବସ୍ ଦୁର୍ଘଟଣାର ସମ୍ମୁଖୀନ ହୋଇଛି । ବସରେ ୩୦ ଜଣ ଶ୍ରମିକ ଥିଲେ । ବସଟି ମଙ୍ଗଳପୁର ପୋଲ ନିକଟରେ ସକାଳ ୬ଟା ସମୟରେ ଭାରସାମ୍ୟ ହରାଇ ପୋଲ ତଳକୁ ଖସି ପଡିଥିଲା । ସୌଭାଗ୍ୟବଶତଃ ୩୦ ଯାତ୍ରାଙ୍କ ମଧ୍ୟରୁ ମାତ୍ର ୬ ଜଣ ଆହତ ହୋଇଛନ୍ତି । ବସ ଖସିପଡିବା ଦେଖି ସ୍ଥାନୀୟ ଲୋକ ପୁଲିସ ଏବଂ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଛି । ଜେସିବି ମେସିନ୍ ସାହାଯ୍ୟରେ ବସ୍‌ଟିକୁ ଉଦ୍ଧାର କରାଯାଇଛି । ଆହତ ଯାତ୍ରୀମାନଙ୍କୁ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି ।

Related posts

ନୂଆପଡା ଉପନିର୍ବାଚନ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

mahabharatanews

ଲକ୍ଷ୍ମୀନୃସିଂହ ମନ୍ଦିରରେ ସାମା ଚାଚାଙ୍କ ଭଜନ ସମାରୋହ

mahabharatanews

ଖୋଲିଲା ଜାତୀୟ ଉଦ୍ୟାନ ଭିତରକନିକା

mahabharatanews