(ମହାଭାରତ, ପାରାଦ୍ୱୀପ): ପାରାଦ୍ୱୀପ ଏନ୍ଏସି ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । ସ୍କୁଲରେ ଦୀର୍ଘ ୩୮ବର୍ଷ ଶିକ୍ଷକତା କରି ଅବସର ଗ୍ରହଣ କରିଛନ୍ତି ପ୍ରଧାନଶିକ୍ଷକ ଶ୍ରୀଚରଣ ସାମଲ । ଅବସରରେ ବିଦ୍ୟାଳୟ ପରିସରରେ ଏହି ସମ୍ବର୍ଦ୍ଧନା ଉତ୍ସବ ଆୟୋଜିତ ହୋଇଥିଲା । ବିଦାୟୀ ଶିକ୍ଷକଙ୍କୁ ଛାତ୍ରଛାତ୍ରୀମାନେ ବନ୍ଦାପନା କରିଥିଲେ । ଏହି ଅବସରକାଳୀନ ସମ୍ବର୍ଦ୍ଧନା ସଭାରେ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପଲତା ପାଣି ଅଧ୍ୟକ୍ଷତା କରିଥିଲେ । ଏଥିରେ ମୂଖ୍ୟ ଅତିଥି ଭାବେ ପାରାଦୀପ ପୌର ପରିଷଦ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳ, ପାରାଦୀପ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ସୁରେନ୍ଦ୍ର ମୋହନ ମିଶ୍ର, ଗାଳ୍ପିକ ରବି ସ୍ୱାଇଁ, ରାଷ୍ଟ୍ରପତି ପୁରଷ୍କାର ପ୍ରାପ୍ତ ଅବସର ପ୍ରଧାନ ଶିକ୍ଷକ ମନୋରଞ୍ଜନ ଦାସ ପ୍ରମୁଖ ଅତିଥି ମାନେ ଯୋଗଦେଇଥିଲେ । ଏହି ଉତ୍ସବରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ,ଶିକ୍ଷକ ସଂଘ ନେତା ଓ ପ୍ରଶାସକ ଯୋଗଦେଇ ବିଦାୟୀ ଶିକ୍ଷକ ଶ୍ରୀ ଚରଣ ସାମଲଙ୍କ କର୍ମମୟ ଜୀବନ ଓ ଛାତ୍ରବତ୍ସଳତାକୁ ପ୍ରଶସାଂ କରିଥିଲେ । ଅବସର ଗ୍ରହଣ କରୁଥିବା ପ୍ରଧାନଶିକ୍ଷକ ଶ୍ରୀଚରଣ ସାମଲ ଅବଶିଷ୍ଟ ଜୀବନ ଶିକ୍ଷା ଓ ଛାତ୍ରଛାତ୍ରୀଙ୍କ ପାଇଁ ଦେବେ ବୋଲି କହିବା ସହ ତାଙ୍କ ଉଦ୍ଦେଶ୍ୟରେ ହୋଇଥିବା ଏହି ସମ୍ବର୍ଦ୍ଧନା ପାଇଁ ଖୁସି ବ୍ୟକ୍ତ କରିଥିଲେ ।
previous post
next post
