ଓଡିଶାଦୁର୍ଘଟଣା

ତାପଙ୍ଗ ଖଣିରୁ ମିଳିଲା ଓମ୍ ଙ୍କ ମୃତଦେହ

ଖୋର୍ଦ୍ଧା: ଖୋର୍ଦ୍ଧା ତାପଙ୍ଗ ଖଣିିରୁ ମିଳିଲା ମିଳିଲା ଓମ୍‌ ପ୍ରକାଶଙ୍କ ମୃତଦେହ । ୫ ଦିନ ପରେ ଆଜି ସକାଳେ ଖଣି ପାଣିରେ ଭାସିଲା ମୃତଦେହ । ଓମ୍‌ ପ୍ରକାଶ ରଥଙ୍କ ମୃତଦେହକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ । ସୋମବାର ରିଲ୍ସ କରିବା ବେଳେ ପାଣିରେ ଖସିପଡ଼ିଥିଲେ ଓମ୍ ।

ସୂଚନା ଅନୁସାରେ ୪ଦିନ ତଳେ ତାପଙ୍ଗ ବଡ଼ ସାଉଁଳି କଳିଙ୍ଗ ମୁଣ୍ଡିଆକୁ କିଛି ଛାତ୍ର ବୁଲିବାକୁ ଯାଇଥିବା ବେଳେ ଘଟିଥିଲା ଅଘଟଣ । ସେଲଫି ନେବା ସମୟରେ ଓମ୍ ପ୍ରକାଶ ପାଣିରେ ବୁଡି ଯାଇଥିଲେ । ଏହା ପର ଠାରୁ ଓମ୍ ପ୍ରକାଶଙ୍କୂଉଦ୍ଧାର ପାଇଁ ଚେଷ୍ଟା କରାଯାଉଥିଲେ ବିଫଳ ହୋଇଛନ୍ତି ରେସକ୍ୟୁଟିମ୍ ।ଛାତ୍ରଙ୍କୁଉଦ୍ଧାର କରିବାରେ ରେସକ୍ୟୁ ଟିମ୍ ବିଫଳ ହୋଇଥିବାରୁ ରୋବର୍ଟ ଦ୍ବାରା ଛାତ୍ରଙ୍କୁ ଗୁରୁବାର ଦିନ ଖୋଜା ଖୋଜି କରାଯାଉଥିଲା । ଆଜି ସକାଳେ ଖଣି ପାଣିରେ ଓମ୍ ଙ୍କ ମୃତଦେହ ଭାସୁଥିବା ବେଳେ ଉଦ୍ଧାର କରାଯାଇଛି ।

Related posts

କଟକ ଷ୍ଟେସନରେ ଆତଙ୍କବାଦୀ ଆକ୍ରମଣ

mahabharatanews

ଆସନ୍ତା ଜୁନରେ ଉତ୍କଳ ବିଶ୍ୱବିଦ୍ୟାଳୟର ୭ ପ୍ରଫେସର ନେବେ ଅବସର

mahabharatanews

ବିଜ୍ଞାନ ମହାଵିଦ୍ୟାଳୟରେ ଛାତ୍ରୀ ମାନଙ୍କର ଆତ୍ମ ସୁରକ୍ଷା ତାଲିମ ଶିବିର

mahabharatanews