ଓଡିଶା

ପ୍ରେରଣା ଇଣ୍ଟରନ୍ୟାସନନାଲ ଗ୍ରୀନ ଆର୍ମିର ବିଶ୍ୱ ବଞ୍ଚାଅ ଅଭିଯାନ

(ମହାଭାରତ, ଖୋର୍ଦ୍ଧା): ଖୋର୍ଦ୍ଧା ଠାରେ ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ ଆର୍ମି ସଂଗଠନ ପକ୍ଷରୁ ପରିବେଶ ପ୍ରଦୁଷଣକୁ ରୋକିବା ନିମନ୍ତେ ବିଶ୍ୱ ବଞ୍ଚାଅ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଖୋର୍ଦ୍ଧା ଜିଲ୍ଲାପାଳ ସୀତାଂଶୁ କୁମାର ରାଉତ କାର୍ଯ୍ୟକ୍ରମରେ ଯୋଗ ଦେଇ ଏହି ଅଭିଯାନର ଉଦ୍ଘାଟନ କରିଛନ୍ତି । ପ୍ରଦୂଷଣକୁ ରୋକିବା ଲାଗି ବୃକ୍ଷ ରୋପଣ ଦ୍ୱାରା ଯବପିଢୀ କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଛନ୍ତି । ଏହି ଅବସରରେ ପ୍ରେରଣା ଗ୍ରୀନ ଆର୍ମି ସଂଗଠନର କମାଣ୍ଡ ଇନ ଚିଫ ଡ଼. ଦିଲ୍ଲୀପ ଶ୍ରୀଚନ୍ଦନ ଆୟୋଜିତ ସଭାରେ ସଭାପତିତ୍ୱ କରିଥିଲେ । ପରିବେଶ ସୁରକ୍ଷା ପାଇଁ ଆରମ୍ଭ ହୋଇଥିବା ଏହି ଜନ ଜାଗରଣ ଅଭିଯାନ ରାଜ୍ୟର ପ୍ରତ୍ୟେକ ଜିଲ୍ଲାର ସଦର ମହକୁମା, ସବ୍ଡିଭିଜନ, ବ୍ଲକ୍ ଓ ପଞ୍ଚାୟତ ସ୍ତରରେ ଚାଲିବ ବୋଲି ସୂଚନା ଦେଇଛନ୍ତି । ଏହା ସହ ଏପ୍ରିଲ ୧ ତାରିଖରେ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ ଆର୍ମିଙ୍କ ସମାବେଶ ହେବ ବୋଲି ସେ କହିଛନ୍ତି । ବୁଧବାର ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ଜିଲ୍ଲା ପରିଷଦର ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ଦଳେଇ, ବାଜପୁର ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରକାଶ ସାମନ୍ତରାୟ, ଆଇନଜୀବି ଶିଶୀର ପରିଡା, ଯୁବନେତା ନରେନ୍ଦ୍ର ଜିତସିଂହ ପ୍ରମୁଖ ସାମିଲ ହୋଇ ଏହି ଅଭିଯାନକୁ ସଫଳ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହାପରେ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଛାତ୍ର, ଯୁବକ, ଆଇନଜିବୀ, କ୍ରୀଡାବିତ ଓ ସମାଜର ପ୍ରତ୍ୟେକ ବର୍ଗର ବ୍ୟକ୍ତିଙ୍କୁ ନେଇ ଏକ ବିରାଟ ଶୋଭାଯାତ୍ରା ଖୋର୍ଦ୍ଧା ସହର ପରିକ୍ରମା କରିଥିଲା ।

Related posts

ଥରୁଛି ଓଡିଶା ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ 

mahabharatanews

ଚତୁର୍ଥ ଦିବସରେ ବାଲୁକା ମାଧ୍ୟମରେ କ୍ରୀଡ଼ା ଓ ଗେମ୍ର ବାର୍ତ୍ତା

mahabharatanews

କୃମି ଆକ୍ରାନ୍ତ ଅପପୁଷ୍ଟି ଓ ସ୍ଵାସ୍ଥ୍ୟଗତ ସମସ୍ୟାର ସମ୍ମୁଖୀନ ହୋଇଥାନ୍ତି

mahabharatanews