ଓଡିଶା

ଥରୁଛି ଓଡିଶା ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ 

(ଭୁବନେଶ୍ୱର) : ରାଜ୍ୟର ୮ଟି ସହରର ସର୍ବନିମ୍ନ ତାପମାତ୍ରା ୧୦ ଡିଗ୍ରି ତଳେ ରହିଥିବା ବେଳେ ଉପକୂଳ ଓଡ଼ିଶାରେ ସାମାନ୍ୟ ବୃଦ୍ଧି ପାଇଛି। ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।
କୋରାପୁଟରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୬.୬ ଡିଗ୍ରି ରେକର୍ଡ କରାଯାଇଛି। କେତେକ ଜିଲ୍ଲାରେ ୨୫ ତାରିଖ ସକାଳ ପର୍ଯ୍ୟନ୍ତ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ଅଧିକ ରହିଛି। ଏପରିକି ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ୍ ରହିପାରେ।

 

 ଏହାବ୍ୟତୀତ କନ୍ଧମାଳ ଜିଲ୍ଲା ଜି. ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୭, କେନ୍ଦୁଝରରେ ୮.୮ ଡ଼ିଗ୍ରି, ସୁନ୍ଦରଗଡ଼ରେ ୯ ଡ଼ିଗ୍ରି, କିରେଇରେ ୯.୪  ଡ଼ିଗ୍ରି, ଫୁଲବାଣୀରେ ୯.୫ ଡ଼ିଗ୍ରି ଓ ସେମିଳିଗୁଡ଼ାରେ ୯.୬ ଡ଼ିଗ୍ରି ରେକର୍ଡ କରାଯାଇଛି। ତେବେ କଟକରେ ସର୍ବନିମ୍ନ ତାପମାତ୍ରା ଗତକାଲି ୧୫.୧ ଓ ଭୁବନେଶ୍ବରରେ ୧୬ ଡିଗ୍ରି ଥିବା ଜଣାଯାଇଛି।

Related posts

ମାଲକାନଗିରି ରାଣୀ ଦୁର୍ଗାବତୀଙ୍କ ୪୫୭ତମ ବଳିଦାନ ଦିବସ ପାଳିତ

mahabharatanews

ଓଡ଼ିଶାରେ ଗଡ଼ିବ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ

mahabharatanews

ବିଜେଡିର ଦ୍ଵିତୀୟ ଲୋକସଭା ପ୍ରାର୍ଥୀ ତାଲିକା

mahabharatanews