ଓଡିଶା

ଫୁଲର ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ, ସରକାରୀ ଯୋଜନା ସାତସପନ

(ମହାଭାରତ, ଖପ୍ରାଖୋଲ): ସରକାର ଗରିବ ଅସହାୟ ବ୍ୟକ୍ତିଙ୍କ ସାମାଜିକ ସୁରକ୍ଷାକୁ ସୁନିଶ୍ଚିତ କରିବା ପାଇଁ ବିଭିନ୍ନ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଉଛନ୍ତି । ସେହିପରି ସ୍ୱାସ୍ଥ୍ୟସେବା ମାଗଣାରେ ଯୋଗାଇ ଦେବା ପାଇଁ ମଧ୍ୟ ବିଭିନ୍ନ ଯୋଜନା କାର୍ଯ୍ୟକାରୀ ହେଉଛି । ମାତ୍ର ଯୋଗ୍ୟ ହିତାଧୀକାରୀଙ୍କ ନିକଟରେ ସରକାରୀ ସହାୟତା ପହଞ୍ଚି ପାରୁନଥିବା ଦେଖିବାକୁ ମିଳୁଛି । ଖପ୍ରାଖୋଲ ବ୍ଲକ ଭାନପୁର ପଞ୍ଚାୟତ ତୁର୍ଲା ଗାଁର ଫୁଲ ଛତର (୬୦) ପାଇଁ ସତେ ଯେମିତି ସବୁ ଯୋଜନା ଉପହାସ ପାଲଟିଛି ।

ପରିବାର କହିଲେ ଅଜଣା ରୋଗରେ ପିଡିତା ଫୁଲ ଛତର, ୭୧ ବର୍ଷିୟ ସ୍ୱାମୀ ବୁଡୁ ଛତର ଏବଂ ଜଣେ ଅବିବାହିତା ଝିଅ । ପୁଅ ଜଣେ ଥିଲେ ମଧ୍ୟ ସେ ନିଜ ପରିବାର ନେଇ ଅନ୍ୟତ୍ର ରହୁଥିବାବେଳେ ଏବେ ଦାଦନ ଯାଇଛନ୍ତି । ଘରେ ସ୍ତ୍ରୀ, ସ୍ୱାମୀ ଏବଂ ଝିଅ । ପରିବାର ପର ଘରେ ମୂଳ ଲାଗି ଚଲି ଆସୁଥିବାବେଳେ ୫ ବର୍ଷ ହେଲା ଫୁଲ •ଲି ବୁଲି ପାରୁ ନ ଥିବାରୁ ଶଯ୍ୟାସାୟୀ ହୋଇଛନ୍ତି । କେବଳ ଖଟିଆ ଉପରେ ବସି ପାରୁ ଥିବାବେଳେ ଚଲାବୁଲା କରିପାରୁ ନାହାଁନ୍ତି । ପରିବାରରେ ୩ ଜଣ ଥିଲେ ମଧ୍ୟ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ରାସନ କାର୍ଡ ନ ଥିବାବେଳେ ପଞ୍ଚାୟତ କତୃପକ୍ଷ ଅନ୍ନପୁର୍ଣ୍ଣା ଯୋଜନାରେ ମାଗଣାରେ ୧୦ କେଜି •ଉଳ ଦେଇଥାନ୍ତି । ଭିନ୍ନକ୍ଷମ ପ୍ରମାଣ ପତ୍ର ଥିଲେ ମଧ୍ୟ ଫୁଲକୁ ଆଜି ଯାଏଁ ଭିନ୍ନକ୍ଷମ ଭତା ମିଳି ନ ଥିବାବେଳେ ସ୍ୱାମୀକୁ ବି ମିଳୁନି ବାର୍ଦ୍ଧକ୍ୟ ଭତ୍ତା ।ତ୍ତଭତ୍ତା ପାଇଁ ଅନେକ ଥର ଜଣାଇଥିଲେ ମଧ୍ୟ ତାଙ୍କୁ ଭତ୍ତା ମିଳୁ ନ ଥିବା ଫୁଲ ଅଭିଯୋଗ କରିଛନ୍ତି । ରୋଗ ଆରମ୍ଭରୁ ଧାର କରଜ କରି ବିଭିନ୍ନ ସ୍ଥାନକୁ ଚିକିତ୍ସା ପାଇଁ ନେଇଥିଲେ ବି ରୋଗ ଭଲ ନ ହେବାରୁ ଘରେ ସ୍ତ୍ରୀକୁ ନିଜେ ରୋଷେଇ କରି ଦେଉଛନ୍ତି ସ୍ୱାମୀ । ସ୍ତ୍ରୀର ଦେଖାଶୁଣା ସବୁ ସ୍ୱାମୀ କରୁଥିବାବେଳେ ଅବିବାହିତ ଝିଅ ଯାହା କେତେବେଳେ ୨ ପଇସା ମଜୂରୀ କରି ଆଣେ ସେଥିରେ ତେଲ ଲୁଣର ସଂସାର କଷ୍ଟରେ ଚଳନ୍ତି । ସ୍ୱାସ୍ଥ୍ୟ ସେବା ପାଇଁ ଅନେକ ଯୋଜନା ଥିଲେ ବି ତାହାର ସୁଫଳ ଫୁଲକୁ ମିଳୁ ନ ଥିବାବେଳେ ସ୍ୱାସ୍ଥ୍ୟ ସେବା ସହ ଭତ୍ତା ଯୋଗେଇ ଦେବାକୁ ଫୁଲ କାନ୍ଦି କାନ୍ଦି ଜଣାଇଛନ୍ତି । ଜିଲା ପ୍ରଶାସନ ତୁରନ୍ତ ଏହି ପରିବାରକୁ ଆବଶ୍ୟକୀୟ ସରକାରୀ ସହାୟତା ଯୋଗାଇଦେବା ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଛନ୍ତି ।

Related posts

ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି

mahabharatanews

ବିଧାୟକଙ୍କ ଦ୍ଵାରା ହୋମିଓପ୍ୟାଥି ଚିକିତ୍ସା ଶିବିର ଉଦଘାଟିତ

mahabharatanews

ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

mahabharatanews