ଓଡିଶା

ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି

(ପୁରୀ) :୧୦୮ ଗରା ସୁବାସିତ ଜଳରେ ସ୍ନାନ ପରେ ଜ୍ୱରରେ ପଡ଼ିଛନ୍ତି ମହାପ୍ରଭୁ। ଅଣସର ପିଣ୍ଡିରେ ବିଜେ ଅସୁସ୍ଥ ମହାପ୍ରଭୁଙ୍କ ଜ୍ବର ଭଲ କରିବା ପାଇଁ ଚାଲିଛି ଗୁପ୍ତନୀତି। ତେବେ ଆଜି ଆଜି ଶ୍ରୀଜୁଉଙ୍କୁ ଫୁଲୁରି ତେଲ ଲାଗି ହେବ ।ଏ ନେଇ ବଡ଼ ଓଡ଼ିଆ ମଠ ପକ୍ଷରୁ ସ୍ୱତନ୍ତ୍ର ଶୈଳୀରେ ଫୁଲୁରି ତେଲ ପ୍ରସ୍ତୁତ ହୋଇଛି।ଆଜି ଏହା ଶ୍ରୀମନ୍ଦିରକୁ ବିଜେ କରିବ।

ସୂଚନାନୁଯାୟୀ , ଶ୍ରୀଜିଉଙ୍କ ଅଣସର ନୀତି ଆଉ ୧୧ ଦିନ ଧରି ଚାଲିବ। ଏହିସମୟରେ ଶ୍ରୀଜିଉଙ୍କ ବଦଳରେ ପଟଦିଅଁ ପୂଜା ପାଇବେ। ଶ୍ରୀଜଗନ୍ନାଥ ରୂପରେ ଅନନ୍ତ ନାରାୟଣ, ବଡ଼ଠାକୁର ବଳଭଦ୍ରଙ୍କ ରୂପରେ ଅନନ୍ତ ବାସୁଦେବ ଓ ମା’ ସୁଭଦ୍ରାଙ୍କ ରୂପରେ ଭୁବନେଶ୍ୱରୀ ପୂଜା ପାଇବେ। ପଟିଦିଅଁଙ୍କ ସହ ଦୋଳଗୋବିନ୍ଦ, ମଦନମୋହନ, ଲକ୍ଷ୍ମୀ, ସରସ୍ୱତୀ, ରାମ, କୃଷ୍ଣ ଓ ନୃସିଂହ ଭଗବାନଙ୍କ ପଟିଦିଅଁ  ପୂଜା ପାଉଛନ୍ତି ।

 

 

Related posts

ଆଜିଠୁ ବୁଲିବ ‘ଜଗନ୍ନାଥ ରଥ’ 

mahabharatanews

ଆସିକା ପାଇଁ ଗର୍ବ ଆଣିଲେ ବିକ୍ରମ

mahabharatanews

ପୋଖରୀରୁ ଉଦ୍ଧାର ହେଲା ଵୃଦ୍ଧ ଦମ୍ପତିଙ୍କ ମୃତ ଦେହ

mahabharatanews