ଓଡିଶା

ଯାଜପୁରରୁ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର : ଆଜି ରାଜ୍ୟରେ ସକାଳୁ ବର୍ତ୍ତମାନ ମଧ୍ୟରେ ତିନୋଟି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଆକ୍ରାନ୍ତ ଜଣକ ହେଲେ ଯାଜପୁର ଅଞ୍ଚଳର । ଏହା ପରେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୯ରେ ପହଞ୍ଚିଥିବା ବେଳେ ଯାଜପୁରରେ ଏହି ସଂଖ୍ୟା୫୪ ଛିଇଁଛି । ଏହା ପୂର୍ବରୁ ଆଜି ସକାଳେ ଗଞ୍ଜାମ ଜିଲ୍ଲାରୁ ଜଣେ, ବାଲେଶ୍ୱରରୁ ଜଣେ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ସେହିପରି ରାଜ୍ୟରେ ଆଜି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବା ବାବଦରେ ଜଣାପଡିଥିଲା ।

ସୂଚନାଯୋଗ୍ୟ, ରାଜ୍ୟରେ ରାପିଡ ଟେଷ୍ଟିଂ କାରଣରୁ କରୋନା ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଏପର୍ଯ୍ୟନ୍ତ ୪୭୪୫୪ ନମୁନା ପରୀକ୍ଷା ହୋଇଥିବାବେଳେ ୧୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୬ ଜଣ ଚିକିତ୍ସିତ ହେଉଛନ୍ତି। ସେହିପରି ୬୦ ଜଣ ସୁସ୍ଥ ହୋଇଛନ୍ତି ଓ ୨ ଜଣଙ୍କର ମୃତ୍ୟୁ ହୋଇଛି ।

Related posts

ହାଇୱା ଟ୍ରକକୁ ପଛରୁ ଧକ୍କା ଦେଲା ବାଇକ, ଘଟଣା ସ୍ଥଳରେ ଦୁଇ ଭାଇଙ୍କ ମୃତ୍ୟୁ…

mahabharatanews

ଲୋକ ମହୋତ୍ସବ ମଣ୍ଡେଇ କବିତା ପାଠ ଅନୁଷ୍ଠିତ

mahabharatanews

କୋଭିଡ୍ କେୟାର ହସ୍ପିଟାଲ ପ୍ରସ୍ତାବକୁ ପୂର୍ବତନ ଛାତ୍ରସଂଘର ବିରୋଧ

mahabharatanews