ନୂଆଦିଲ୍ଲୀ: ଫ୍ରୋଜେନ୨ କଣ୍ଠଶିଳ୍ପୀ ରାଚେଲ ମାଥିଉ କୋରୋନାରେ ପୀଡିତ ଥିବା ଘୋଷଣା କରିଛନ୍ତି । କୋରୋନା ରିପୋର୍ଟ ପଜିଟିଭ ଆସିବା ପରେ ସେ ଏକ ସପ୍ତାହ ହେବ କ୍ୱାରେଣ୍ଟାଇନ ଥିବା କହିଛନ୍ତି । ଡିସ୍ନି ଆନିମେଟେ ଫିଚର ଫ୍ରୋଜେନ-୨ରେ ହନୀମାରେନ ଚରିତ୍ର ପାଇଁ କଣ୍ଠଦାନ କରିଥିବା ଏହି ୨୬ ବର୍ଷୀୟା ଏହି କଣ୍ଠଶିଳ୍ପୀ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ଇନ୍ଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି । ସେ ଇନ୍ଷ୍ଟାଗ୍ରାମରେ ଉଲ୍ଲେଖ କରିଛନ୍ତି, ଲୋକମାନେ, କୋରୋନା ପରୀକ୍ଷାରେ ମୋର ରିପୋର୍ଟ ପଜିଟିଭ ଆସିଛି ଓ ଗତ ଏକ ସପ୍ତାହ ଧରି ମୁଁ କ୍ୱାରେଣ୍ଟାଇନରେ ରହିଛି । ପରବର୍ତ୍ତୀ ସ୍ଥିତି ଅନିଶ୍ଚିତ ଥିବା ବେଳେ ପୋଷ୍ଟ ମାଧ୍ୟମରେ ଅପଡେଟ କରାଇବି । ତେବେ ଠିକ ନ ହେବା ପର୍ଯ୍ୟନ୍ତ କ୍ୱାରେଣ୍ଟାଇନ ରହିବ । ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି, କିନ୍ତୁ ମୁଁ କିଛି ଲୋକଙ୍କ ପାଇଁ ସୂଚନା ଦେଉଥିବି । ଆଶା ଏହା ଅନେକଙ୍କୁ ସାହାଯ୍ୟ କରିବ । ସେ ଆହୁରି ଉଲ୍ଲେଖ କରିଛନ୍ତି କି, ମୋ ଠାରେ କୋରୋନା ସଂକ୍ରମଣର ଲକ୍ଷଣ ପ୍ରକାଶ ପାଇବାରୁ ମୁଁ ପରୀକ୍ଷା କରାଇଥିଲି । କିନ୍ତୁ ପରୀକ୍ଷା କରାଇ ପଜିଟିଭ ଜଣାପଡିବା ପରେ ସେମିତି କିଛି ପରିବର୍ତ୍ତନ ହୁଏ ନାହିଁ ।
ସୂଚନା ଯୋଗ୍ୟ, ମାଥିଉଙ୍କ ପୂର୍ବରୁ ହଲିଉଡର ସୁପର ଷ୍ଟାଳ କପଲ ଟମ ହାନˆ, ରିତା ୱିଲସନ କୋରୋନାରେ ସଂକ୍ରମିତ ହୋଇ ଭଲ ହେବା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇ ନିଜ ଘରେ କ୍ୱରେଣ୍ଟାଇନ ଅଛନ୍ତି । ସେହିପରି ସଙ୍ଗିତ ପ୍ରଜୋଯକ ଅଣ୍ଡେଉ ୱାଟ, ଅଭିନେତା କ୍ରିଷ୍ଟୋଫେର ହିଜୁ, ଅଭିନେତ।। ଅଲଗା କୁରିଲେଙ୍କୋ, ଇଡ୍ରିସ ଏଲବା ମଧ୍ୟ କୋରୋନା ସହ ସଂଗ୍ରାମ ଚଳାଇଛନ୍ତି ।