ଓଡିଶା

ବକେୟା ବିଦ୍ୟୁତ୍ ବିଲକୁ ନେଇ ଉପଭେ।କ୍ତା ଲହୁ ଲୁହାଣ

ଉଦଳା: ଉଦଳାରେ ପୁଣି ବିଦ୍ୟୁତ୍ କାଟକୁ ନେଇ ବିବାଦ ଦେଖା ଦେଇଛି । ଗ୍ରାମରେ ଅନେକ ହିତାଧିକାରୀଙ୍କର ବିଜୁଳି ବିଲ ବାକି ରହିଥିବା ବେଳେ ବିଦ୍ୟୁତ କାଟ କରିଲା ବିଦ୍ୟୁତ ବିଭାଗ । ହେଲେ ବକେୟା ବିଦ୍ୟୁତ ବିଲ ଦେବାକୁ କାର୍ଯ୍ୟାଳୟକୁ ଆସିଥିବା ହିତିଧିକାରୀ ଓ ବିଦ୍ୟୁଥ୍ କର୍ମଚାରୀ ମୁହାଁମୁହିଁ ହୋଇଛନ୍ତି । ଏଭଳି ଘଟଣା ଉଦଳା ନେସ୍କୋ କାର୍ଯ୍ୟାଳୟରେ ଦେଖିବାକୁ ମଳିଛି ।

ସୂଚନା ଅନୁଯାୟୀ, ଉଦଳା ନେସ୍କୋ ଡିଭିଜନ ଅଧୀନ କୁଟଲିଂ ଗ୍ରାମେରେ ଅନେକ ଉପଭୋକ୍ତାଙ୍କର ବିଦ୍ୟୁତ୍ ବିଲ ବାକି ରହିଥିଲା । ତେଣୁ ଗତକାଲି ନେସ୍କୋ ବିଦ୍ୟୁତ କର୍ମଚାରୀ ଗ୍ରାମରେ ପହଁଚି ସେଠାରେ ବିଦ୍ୟୁତ୍ କାଟ ଅ।।ରମ୍ଭ କରି ଦେଇଥିଲେ । ଏହି ସମୟରେ କିଛି ଗ୍ରାମବାସୀ ବକେୟା ବିଲ ଦେବାକୁ ନେସ୍କୋ କାର୍ଯ୍ୟାଳୟରେ ପହଞ୍ଚିଥିଲେ । ;ସଡେ;ା ବିଦ୍ୟୁତ୍ ବିଲ ଦେବା ସମୟରେ ବିଦ୍ୟୁତ୍ କାଟ କାହିଁ କରାଗଲା ବୋଲି ଉପଭୋକ୍ତା ଚନ୍ଦନ ବିଶ୍ୱାଳ ବିଭାଗୀୟ କର୍ମଚାରୀଙ୍କୁ ପଚାରିଥିଲେ । ଏହାକୁ ନେଇ କର୍ମଚାରୀ ଓ ଚନ୍ଦନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇ ଯାଇଥିଲା ଧୀରେ ଧୀରେ ବଚସା ହାତାହାତି ପରିସ୍ଥିତିକୁ ଚାଲିଯାଇଥିଲା ଓ ବିଭାଗୀୟ ଜେଇ ତାପସ ସାହୁ ଓ ଅନ୍ୟ ଦୁଇ କର୍ମଚାରୀ ଉପଭୋକ୍ତାଙ୍କୁ ମାଡ ମାରି ଲହୁଲୁହାଣ କରିଦେଇଥିଲେ । ଏଥିରେ ଚନ୍ଦନଙ୍କ ହାତ, ମୁଣ୍ଡ, ପାଟି ଓ ଆଖିରେ ଆଘାତ ଲାଗିଛି । ଏନେଇ ଉଦଳା ଥାନାରେ ଉଭୟ ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ପୁଲିସ ଅଭିଯୋଗ ଆଧାରରେ ଘଟଣାର ତଦନ୍ତ ଆରମ୍ଭ କରିଛି । ଅପରପକ୍ଷରେ ଉପଭୋକ୍ତାମ।ନେ ଅଭିଯୋଗ କରିଛନ୍ତି, ପ୍ରତ୍ୟେକ ମାସ ବିଲ ଆସିବା ପରିବର୍ତ୍ତେ ୩ ମାସକୁ ଥରେ ବିଲ ଆସୁଛି, ତେଣୁ ସେମ।।ନେ ବିଲ ପଇଠ କରି ପାରୁ ନାହାନ୍ତି ।

Related posts

ଆର୍ ପି +୩ କଲେଜର ବାର୍ଷିକ ଉତ୍ସବ ପାଳିତ

mahabharatanews

ରାଜ୍ୟରେ ଭାଜପା ସରକାରର ବର୍ଷ ପୂର୍ତ୍ତି ସମାରୋହରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ଓଡ଼ିଶା ଗସ୍ତରେ ଆସିପାରନ୍ତି

mahabharatanews

ଟ୍ରକ ଓଲଟି ୫ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

mahabharatanews