(ରଜନୀକାନ୍ତ ପାତ୍ର/ହିଞ୍ଜିଳି): ଗଞ୍ଜାମ ଜିଲ୍ଲା ଆସିକା ଅନ୍ତର୍ଗତ କାଲିମୁଖୀ ସାହିରେ ଏକ ଅଘଟଣ ଘଟିଛି । ବଜ୍ରପାତରେ ଏଠାକାର ୧୩ ନଂ ୱାର୍ଡର ଜଣଙ୍କ ଘର ଭୂହୁଡି ପଡିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ, ୱାର୍ଡର ପ୍ରମିଳା ନାୟକଙ୍କ ଘର ସମ୍ପୂର୍ଣ୍ଣ ଭାବେ ଭୂଷୁଡି ଯାଇଥିବା ଜଣାପଡିଛି । ଛପର ତିଆରି ଘରଟି ବଜ୍ରପାତରେ ଭୂଷୁଡି ପଡିବା ସହ ଘରେ ଥିବା ଆସବାବପତ୍ର ଗୁଡିକ ନଷ୍ଟ ହୋଇଯାଇଛି । ତେବେ ପ୍ରମିଳାଙ୍କ ଏଭଳି ସ୍ଥିତିରେ ତାଙ୍କୁ ସହାୟତାର ହାତ ବଢାଇବା ନିମନ୍ତେ ଜନସାଧାରଣରେ ପ୍ରତିକ୍ରିୟା ପ୍ରକାଶ ପାଇଛି।
previous post