ଭୁବନେଶ୍ୱର/ ଶିଳାସ୍ମିତା ରାୟ: ମହାମାରୀ କରୋନା ରାଜ୍ୟରେ କାୟା ବିସ୍ତାର କରି ଚାଲିଥିବା ବେଳେ ଏହା ପ୍ରଶାସନ ତଥା ସରକାର ମୁଣ୍ଡ ବ୍ୟଥାର କାରଣ ହୋଇଛି । ଏପରି ଘଡିସନ୍ଧି ମୁହୁର୍ତ୍ତରେ କୋଭିଡ ଡ୍ୟୁଟି ଛାଡି ବଟି ଅସୁଲ କରୁଥିବା ପୁଲିସ କର୍ମଚାରୀଙ୍କ ବିରୋଧରେ ନିଆଯାଇଛି କାର୍ଯ୍ୟାନୁଷ୍ଠାନ । ଖୋର୍ଦ୍ଧା ଏସପି ସଂପୃକ୍ତ ଏଏସଆଇ କୈଳାଶ ମଲ୍ଲିକଙ୍କୁ ବଦଳି କରିଥିବା ବେଳେ ଜଣେ କନଷ୍ଟେବଲଙ୍କୁ ନିଲମ୍ବିତ କରିଛନ୍ତି। ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇବାରେ ଏଭଳି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
କୋଭିଡ ନିୟମକୁ ଉଲଂଘନ କରି ରାତିଅଧରେ ମାଲବାହୀ ଗାଡି ଠାରୁ ବଟି ଅସୁଲ କରୁଥିବା ଦୁଇ ପୁଲିସ କର୍ମଚାରୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଖୋର୍ଦ୍ଧା ଶିଳ୍ପାଂଚଳ ଫାଣ୍ଡିର ଏଏସଆଇ କୈଳାଶ ମଲ୍ଲିକଙ୍କ ନେତୃତ୍ୱରେ କୋଭିଡ ଡ୍ୟୁଟି ଲାଗି ନାଇଟ ପାଟ୍ରୋଲିଂ ଚାଲିଥିଲା । ପାଟ୍ରୋଲିଂ ପାଇଁ ଏକ ଭଡା ଗାଡ଼ି (ଓଡି୦୨-ଏମ-୫୨୮୨)ରେ ସେମାନେ ପାଟ୍ରୋଲିଂ କରୁଥିଲେ । କିନ୍ତୁ ଉଭୟ ରାସ୍ତାରେ ବାଲିଗାଡିକୁ ଅଟକାଇ ଯାଂଚ ଆଳରେ ବଟି ଅସୁଲ କରୁଥିଲେ । ଗାଡି ଚାଳକଙ୍କ ଠାରୁ ଖବରପାଇ ମାଲିକ ଓ ଗାଁ ଲୋକେ ଆସି ଏହାକୁ ପ୍ରତିବାଦ କରିଥିଲେ । ହେଲେ ପୁଲିସ ସେମାନଙ୍କୁ ମାଡ଼ ମାରିଥିଲା ଓ ଧମକଚମକ ଦେଇ ପାଟିଚୁପ କରିବାକୁ ତାଗିଦ କରିଥିଲା । ଏହି ମାଡ ମାରିବା, ପାଟିତୁଣ୍ଡ ସମୟର ଦୃଶ୍ୟକୁ କେହିଜଣେ ନିଜ ମୋବାଇଲରେ ରେକର୍ଡ କରି ନେଇଥିଲେ । ପରିସ୍ଥିତି ଉତେଜନାପୂର୍ଣ୍ଣ ହେବାରୁ ନିଜେ ଫାଣ୍ଡି ଅଧିକାରୀ ଘଟଣାସ୍ଥଳରେ ପଁହଚି ଲୋକଙ୍କୁ ବୁଝାସୁଝା କରିଥିଲେ ।
previous post
next post