ଓଡିଶା

ଆଜିଠୁ ବଲାଙ୍ଗୀର ୪ ଦିନ ସଟଡାଉନ

(ମଧୁସୂଦନ ବହିଦାର, ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲାରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଜିଲ୍ଲାକୁ ୪ ଦିନ ଘୋଷଣା କରାଯାଇଛି । ଆଜିଠୁ ଅଗଷ୍ଟ ୩ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ସମ୍ପୂର୍ଣ୍ଣ ସଟଡାଉନ ରହିବ । କରୋନା ସ୍ଥିତି ଉପରେ ନିୟନ୍ତ୍ରଣ ଆଣିବା ପାଇଁ ଜିଲ୍ଲା ପ୍ରଶାସନ ଏଭଳି ନିଷ୍ପତ୍ତି ନେଇଛି । ସଟଡାଉନ କଟକଣାରୁ ଅତ୍ୟାବଶଶ୍ୟକ ସେବାଗୁଡିକୁ ବାଦ୍ ଦିଆଯାଇଛି । ଏହି ସମୟରେ ହସ୍ପିଟାଲ, କ୍ଲିନିକ୍, ନର୍ସିଂ ହୋମ, ଔଷଧ ଦୋକାନ, ପେଟ୍ରାଲ ପମ୍ପ ଆଦି ଖୋଲା ରହିବ । ଅନ୍ୟ ସମସ୍ତ ଦୋକାନ ବଜାର, ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିବ । ସଟଡାଉନ କଟକଣା ନ ମାନିଲେ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ ଗୁଡିକ ପ୍ରତି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ପ୍ରଶାସନ ପକ୍ଷରୁ କୁହାଯାଇଛି । ଏହି କଟକଣାକୁ କଡାକଡି କରିବା ପାଇଁ ସହରକୁ ସଂଯୋଗ କରୁଥିବା ପ୍ରମୁଖ ୪ଟି ରାସ୍ତାରେ ବାହାରକୁ ଯାଉଥିବା ଏବଂ ସହରକୁ ପ୍ରବେଶ କରୁଥିବା ଲୋକମାନଙ୍କୁ ଅଟକାଇ ପଚରାଉଚରା କରାଯାଉଛି । ଏହାସହ ଅମାନିଆଙ୍କୁ ସାବାଡ କରିବା ପାଇଁ ପୋଲିସ ପକ୍ଷରୁ ପାଟ୍ରୋଲିଂ ବ୍ୟବସ୍ଥା କଡାକଡି କରାଯାଇଥିବା ଦେଖିବାକୁ ମିଳିଛି ।

Related posts

ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ୟୁନିଟ୍‌ -୨ ମାର୍କେଟ ବିଲ୍ଡିଂ ବନ୍ଦ 

mahabharatanews

କୋଟିପତି ଅଧୀକ୍ଷଣ ଯନ୍ତ୍ରୀଙ୍କ ଅମାପ ସମ୍ପତ୍ତି: ଭିଜିଲାନ୍ସ ଇତିହାସରେ ରେକର୍ଡ଼ ସଂଖ୍ୟକ କ୍ୟାସ ଜବତ

mahabharatanews

ଥାନା ଅଧିକାରୀଙ୍କ ମୃତ୍ୟୁ ପରେ ସହର ଦୋକାନ ବଜାର ବନ୍ଦ

mahabharatanews