ଓଡିଶା

ବଡଚଣା ମହୋତ୍ସବ ଉଦ୍ଘାଟିତ

ଯାଜପୁର: ଯାଜପୁର ଜିଲ୍ଲା ବଡଚଣା ଲକ୍ଷ୍ମୀନାରାୟଣ ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ବଡଚଣା ମହୋତ୍ସବ ଗତକାଲି ସଂଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ବଡଚଣାର ବିଧାୟକ ଅମର ପ୍ରସାଦ ଶତପଥୀ ଏହି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମରେ ପୂର୍ବତନ ବିଚାରପତି ଜଷ୍ଟିସ ବୀରକିଶୋର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଅନ୍ୟଅତିଥିମାନଙ୍କ ମଧ୍ୟରେ ଯାଜପୁର ଏସପି ଚରଣ ସିଂ ମୀନା, ବିଶିଷ୍ଟ ସାମ୍ବାଦିକ ଅରୁଣ ପଣ୍ଡା ଓ ଲୋକାଯୁକ୍ତ ସଭ୍ୟ ପ୍ରଦୀପ୍ତ ପଟ୍ଟନାୟକ ପ୍ରମୁଖ ଏହି ଉଦ୍ଘାଟନୀ ସମାରୋହରେ ଯୋଗଦେଇଥିଲେ । ମହୋତ୍ସବ କମିଟିର ସଭାପତି ମନୋରମା ଆଚାର୍ଯ୍ୟ, ସମ୍ପାଦକ ନୀଳକଣ୍ଠ ମିଶ୍ର ମଞ୍ଚରେ ଉପସ୍ଥିତ ଥିଲେ । ଏହି ମହୋତ୍ସବ ଆଗାମୀ ୧୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

Related posts

ସିଦ୍ଧାନ୍ତ ସାହିତ୍ୟ ପତ୍ରିକା ପକ୍ଷରୁ ସାରସ୍ଵତ ସମାବେଶ ଓ ପୁସ୍ତକ ଲୋକାର୍ପଣ ଉତ୍ସବ ଅନୁଷ୍ଠିତ

mahabharatanews

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗର ବିକାଶ ପାଇଁ ସରକାର ପ୍ରତିଶୃତିବଦ୍ଧ: ମୁଖ୍ୟମନ୍ତ୍ରୀ

mahabharatanews

କପ୍ତିପଦା ଉପଖଣ୍ଡରେ ଅଦିନିଆ ବର୍ଷା

mahabharatanews