ଭାରତ

ବଢୁଛି ଦିଲ୍ଲୀରେ ପ୍ରଦୂଷଣ ହାର

(ଦିଲ୍ଲୀ) : ରାଜଧାନୀ ଦିଲ୍ଲୀରେ ବେଶ୍ ଧୂମଧାମରେ ପାଳିତ ହୋଇଛି ଦୀପାବଳି । ଆଜି ବି ଏଠାରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଅବସ୍ଥାରେ ରହିଛି। ଦିଲ୍ଲୀର ଅନେକ ଅଞ୍ଚଳରେ ବିଳମ୍ବିତ ରାତିରେ AQI ୫୦୦ ଅତିକ୍ରମ କରିଥିଲା, ବର୍ତ୍ତମାନ ସକାଳେ ଏଥିରେ କିଛି ହ୍ରାସ ଘଟିଛି, କିନ୍ତୁ ସବୁଠାରୁ ଭୟଙ୍କର ପରିସ୍ଥିତି ଆନନ୍ଦ ବିହାରରେ ଥିଲା ଯେଉଁଠାରେ AQI ସକାଳ ୫ଟା ୯୬୯ରେ ପହଞ୍ଚିଥିଲା।

 ସୁପ୍ରିମକୋର୍ଟଙ୍କ ନିଷେଧାଦେଶ ସତ୍ତ୍ୱେ ଦିଲ୍ଲୀରେ ବେଶ୍ ଅଧିକ ପରିମାଣରେ ବାଣ ଫୁଟାଯାଇଛି ଯାହା ଫଳରେ ପ୍ରଦୂଷଣ ହାର ପୁଣି ବୃଦ୍ଧି ପାଇଛି ।  ହେଲେ ଗତଥର ଅପେକ୍ଷା ଏଥର ବାୟୁ ପ୍ରଦୂଷଣ ହାର କମ୍ ରହିଛି । ଗତ ୧୦ତାରିଖ ହୋଇଥିବା ବର୍ଷା ଯୋଗୁ ପ୍ରଦୂଷଣ ସ୍ତର କମ୍ ରହିଛି ଏବଂ ରାଜଧାନୀବାସୀ ଆଶ୍ୱସ୍ତ ଅନୁଭବ କରିଥିଲେ ହେଲେ ଗତ କାଲି ବାଣ ପୁଟାଇବାରୁ ପ୍ରଦୂଷଣ ସେମାନଙ୍କ ନିଦ ହଜାଇଛି ଦେଇଛି । ସର୍ବାଧିକ ତାପମାତ୍ରା ୩୪ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ଡିଗ୍ରୀ ରହିଛି । ପାଣିପାଗ ବିଭାଗ ସୂଚନା ଅନୁସାରେ ସୋମବାର ଦିନ ଦିଲ୍ଲୀରେ ପାଗ ସ୍ପଷ୍ଟ ରହିବ ଏବଂ ଖରା ହେବ ଦିଲ୍ଲୀର ସର୍ବାଧିକ ତାପମାତ୍ରା ପ୍ରାୟ ୩୪ ଡିଗ୍ରୀ ଏବଂ ସର୍ବନିମ୍ନ ତାପମାତ୍ରା ୨୧ ଡିଗ୍ରୀ ରହିବାର ସମ୍ଭାବନା ରହିଛି ।

Related posts

କାର୍ତ୍ତିକ ବୁଡ଼ ପକାଇଲେ ଛତିଶଗଡ଼ ମୁଖ୍ୟମନ୍ତ୍ରୀ

mahabharatanews

ଅସଦାଚରଣ କରି ଗିରଫ ହେଲେ ବିମାନ ଯାତ୍ରୀ 

mahabharatanews

ବରଫ ଅତଡ଼ା ଧସି ୧୧ ମୃତ୍

mahabharatanews