ଭାରତ

ବରଫ ଅତଡ଼ା ଧସି ୧୧ ମୃତ୍

(ପାକିସ୍ତାନ) :  ବରଫ ଅତଡ଼ା ଧସି ୧୧ ମୃତ୍ୟୁ । ଉତ୍ତର ପାକିସ୍ତାନର ଗିଲଗିଟ୍-ବାଲ୍‌ତିସ୍ତାନରେ ବରଫ ଅତଡ଼ା ଧସି ୧୧ ଜଣଙ୍କର ମୃତ୍ୟୁ ହୋଇଛି। ସମୁଦ୍ର ପତନଠାରୁ ପ୍ରାୟ ୧୪ ହଜାର ଫୁଟ ଉଚ୍ଚରେ ଏହି ଅଘଟଣ ଘଟିଛି। ସେମାନଙ୍କ ମଧ୍ୟରେ ୪ ଜଣ ମହିଳା ସମେତ ଜଣେ ୪ ବର୍ଷର ଶିଶୁ ରହିଛି। ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହବାଜ ଶରିଫ ଏହି ଘଟଣାରେ ଗଭୀର ଶୋକବ୍ୟକ୍ତ କରିଛନ୍ତି।

ସୂଚନାନୁଯାୟୀ , ହିମସ୍ଖଳନରେ ଛେଳିପଲ ନେଇ ‌ପାର୍ବତ୍ୟାଞ୍ଚଳ ପାରି ହେଉଥିବା ବେଳେ ଯାଯାବର ସଂପ୍ରଦାୟର ୨୫ ଜଣ ଆହତ ମଧ୍ୟ ହୋଇଛନ୍ତି ବୋଲି ପୋଲିସ କହିଛି। ଦୁର୍ଘଟଣା ସ୍ଥଳରେ ପହଞ୍ଚିବା ଲାଗି ଉଦ୍ଧାରକାରୀମାନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଉଦ୍ଧାର କାର୍ଯ୍ୟରେ ଦୁଇଟି ସେନା ହେଲିକପ୍ଟରକୁ ସାମିଲ କରାଯାଇଛି।  ଆହତମାନଙ୍କୁ ଯଥାସମ୍ଭବ ଉନ୍ନତମାନର ଚିକିତ୍ସା ଯୋଗାଇ ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

Related posts

ରାଜପଥର ନାମ ବଦଳି ହେଲା କର୍ତ୍ତବ୍ୟ ପଥ

mahabharatanews

ଚଳିତ ବର୍ଷ ଶେଷରେ ମିଜୋରାମ ବିଧାନସଭା ନିର୍ବାଚନ, ନିର୍ବାଚନ ଆୟୋଗର ସମୀକ୍ଷା ବୈଠକ

mahabharatanews

ପ୍ରଥମ କକ୍ଷ ପରିବର୍ତ୍ତନ କଲା ଆଦିତ୍ୟ L

mahabharatanews