ଓଡିଶା

ବଣଭୋଜି ଭଣ୍ଡୁର କଲା ହାତୀ

(ମହାଭାରତ, ବାରିପଦା): ମୟୁରଭଞ୍ଜ ଜିଲ୍ଲା ଶିମିଳିପାଳ ଅଭୟାରଣ୍ୟ ସିତାକୁଣ୍ଡା ଜଳପ୍ରପାତ ନିକଟରେ ବଣଭୋଜି ଚାଲିଥିବା ବେଳେ ଏକ ହାତୀ ସେଠାରେ ପଶି ସବୁ ଜିନିଷ ନଷ୍ଟ କରିବା ସହ ପନିପରିବା ଖାଇଦେଇଛି । ଏହି ଦୃଶ୍ୟ ଏବେ ସୋଶିଆଲ ମିଡିଆରେ ଭାଇରାଲ ହୋଇଛି ।

ସୂଚନା ଅନୁସାରେ, ଗତ ଶନିବାର ସିତାକୁଣ୍ଡା ଜଳପ୍ରପାତ ନିକଟରେ କିଛି ଲୋକ ବଣଭୋଜି କରୁଥିଲେ । ଏହାସହ ଡିଜେ ବଜାଇ ସାଙ୍ଗ ସାଥୀମାନେ ମଜା କରୁଥିବା ବେଳେ ଅଚାନକ ଏକ ହାତୀ ଡିଜେ ଶଦ୍ଦ ଶୁଣି ଏଠାକୁ ଚାଲି ଆସିଥିଲା । ଏହା ନିକଟରେ ଥିବା ଏକ ଅଫିସରେ ରହୁଥିବା ପୋଷାହାତୀ ବୋଲି ଜଣାଯାଇଛି । ମହନ୍ତ ତାକୁ ଚରାଇ ନେବାକୁ ଜଙ୍ଗଲକୁ ନେଇଥିଲେ । କିନ୍ତୁ ହାତୀଟି ଶଦ୍ଦ ଶୁଣୀ ଭୋଜି ସ୍ଥଳକୁ ପଶି ଆସିଥିଲା । ଏହାପରେ ଭୋଜି ପାଇଁ ଥିବା ପନିପରିବାକୁ ଖାଇ ଦେବା ସହ ଅନ୍ୟାନ୍ୟ ସାମଗ୍ରୀ ନଷ୍ଟ ମଧ୍ୟ କରିଥିଲା । କିଛି ସମୟ ପାଇଁ ସେଠାକୁ ଭୋଜି କରିବାକୁ ଯାଇଥିବା ଲୋକେ ଅସ୍ତବ୍ୟସ୍ତ ହୋଇଥିଲେ । ପରେ ମହନ୍ତ ଓ ବନ ବିଭାଗ କର୍ମଚାରୀ ମିଶି ହାତୀକୁ କାବୁ କରିଥିଲେ । ତେବେ ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।

Related posts

ବିଶ୍ୱ ଓଡ଼ିଆ ମହୋତ୍ସବ ଉଦଘାଟିତ, ବ୍ରାଣ୍ଡ ଓଡିଶାକୁ ପ୍ରୋତ୍ସାହନ ପାଇଁ ଆହ୍ବାନ

mahabharatanews

ଲାୟନ୍ସ କ୍ଳବ ପକ୍ଷରୁ ମାସ୍କ ବଣ୍ଟନ ଓ ସଚେତନ କାର୍ୟ୍ୟକ୍ରମ

mahabharatanews

ଲେନ୍ସ ସାମ୍ନାରେ ବିଜେଡି ନେତାଙ୍କ ଜବରଦସ୍ତ ଆକ୍ଟିଂ!

mahabharatanews