Uncategorized

ବନ୍ୟାଜଳରେ ଆସାମର ୨୦ ଜିଲ୍ଲା: ୬୬ ଜଣଙ୍କ ମୃତ୍ୟୁ

ଗୌହାଟୀ: ଶନିବାର ଦିନ ଆସାମର ୨୦ ଜିଲ୍ଲାକୁ ବନ୍ୟା ଜଳ ପ୍ରବାହ ବ୍ୟାପିଥିବା ବେଳେ ଏଥିରେ ପ୍ରାୟ ୬.୦୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି ଓ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ କହିଛନ୍ତି । କୋଖରାଝର ଜିଲ୍ଲା ଓ ଡୁବ୍ରି ଜିଲ୍ଲାରୁ ଜଣେ ଲେଖା ବନ୍ୟାରେ ମୃତ୍ୟୁ ହୋଇଥିବା ବେଳେ ଏବେ ରାଜ୍ୟରେ ବନ୍ୟା ଜନିତ ମୃତ୍ୟୁସଂଖ୍ୟା ୬୬ରେ ପହଞ୍ଚିଛି ।
ବନ୍ୟାରେ ପ୍ରଭାବିତ ଜିଲ୍ଲାଗୁଡିକରେ ରହିଛି ଢେମାଜି, ଲକ୍ଷ୍ମୀପୁର, ଚାରାଇଡେଓ, ବିଶ୍ୱନାଥ, ଉଦଲଗୁରି, ବକ୍ସା, ନଲବାରି, ବାର୍ପେଟା, ଚିରଙ୍ଗ, ବୋଙ୍ଗାଇଗାଓଁ, କୋକ୍ରାଝର, ଗୋଲପରା, ମୋରିଗାଁ, ନାଗାଁ, ଗୋଲାଘାଟ ଓ ତିନସୁଖିଆ । ଏହି ଜିଲ୍ଲାଗୁଡିକ ମଧ୍ୟରେ ଢେମାଜି,ବାରପେଟା ଓ ଲକ୍ଷ୍ମୀପୁର ଅଧିକ ପ୍ରଭାବିତ ହୋଇଛି । ଏହି ବନ୍ୟା ଜଳରେ ୧,୧୦୯ ଗାଁ ଓ ୪୬,୦୮୨ ହେକ୍ଟର ଚାଷ ଜମି ବୁଡିରହିଛି । ପ୍ରଶାସନ ପକ୍ଷରୁ ୧୧ଟି ଜିଲ୍ଲାରେ ୯୨ଟି ରିଲିଫ କ୍ୟାମ୍ପ ଓ ଯୋଗାଣ କେନ୍ଦ୍ର ଖୋଲାଯାଇଥିବା ବେଳେ ୮,୪୭୪ ଲୋକଙ୍କୁ ଆଶ୍ରୟ ଦିଆଯାଇଥିବା ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ବ୍ରହ୍ମପୁତ୍ର ନଦୀର ଜଳ ଡିବ୍ରୁଗଡ, ଜୋରହାଟର ନିମାଟିଘାଟ, ତେଜପୁରର ସୋନିଟପୁର ଓ ଢୁବ୍ରି ଠାରେ ବିପଦ ଶଙ୍କୁଳ ସ୍ଥିତିଠାରୁ ଉପରେ ପ୍ରବାହିତ ହେଉଛି । ଲକ୍ଷ୍ମୀପୁର, ବିଶ୍ୱନାଥ ଓ ଢେମଜି ଜିଲ୍ଲାରେ ବହୁ ରାସ୍ତା, ପୋଲ, କଲଭର୍ଟ ଓ ବନ୍ଧ ନଷ୍ଟ ହୋଇଛି ବନ୍ୟାରେ । ଆସାମ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆହୁରି ମଧ୍ୟ କୁହାଯାଇଛି କି, କାଜିରଙ୍ଗା ନାସନାଲ ପାର୍କର ୨୨୩ କ୍ୟାମ୍ପସ ମଧ୍ୟରୁ ୪୬ଟି, ପୋବିତୋରା ବନ୍ୟଜନ୍ତୁ ଅଭୟାରଣ୍ୟର ୨୫ କ୍ୟାମ୍ପସରୁ ୧୨ଟି ଓ ରାଜୀବ ଗାନ୍ଧୀ ଓରାଙ୍ଗ ନାସନାଲ ପାର୍କରର ୪୦ଟି କ୍ୟାମ୍ପସରୁ ୬ଟି ପାଣିରେ ବୁଡି ରହିଛି ।

Related posts

ଘରୋଇ ଉପାୟରେ ମୁହଁରୁ ଦୂର କରନ୍ତୁ ବ୍ରାକ ହେଡ୍ସ

mahabharatanews

ସିଏଏକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କଲେ ଓୱେସୀ

mahabharatanews

ମୋଜାମ୍ବିକରେ ଆତଙ୍କବାଦୀଙ୍କ ନାରକୀୟ କାଣ୍ଡ

mahabharatanews