ଓଡିଶା

ବନ୍ୟା ଆଶଙ୍କା : ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ

(ଭୁବନେଶ୍ୱର)  : ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁଁ ଶାଖା ନଦୀରେ ଜଳସ୍ତର ବଢିବା ସହ ଫୁଲୁଛି ମହାନଦୀ । ଏପରିକି ଏହି ଜଳସ୍ତର ଆହୁରି ବଢିପାରେ ବୋଲି ମଧ୍ୟ ଆଶା କରାଯାଉଛି । ତେଣୁ ତଳିଆ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ସୂଚନା ଦିଆଯାଇଛି । ମହାନଦୀରେ ବଢୁଥିବା ଜଳସ୍ତରକୁ ନଜରରେ ରଖି ମଧ୍ୟମ ଧରଣର ବନ୍ୟା ଆସିପାରେ ବୋଲି କୁହାଯାଇଛି । ଏହାରି ମଧ୍ୟରେ ଫଳରେ ନଦୀକୂଳରେ ଥିବା ୬  ଜିଲ୍ଲା ଉପରେ ଏହାର ପ୍ରଭାବ ପଡ଼ିପାରେ । ବନ୍ୟାକୁ ନେଇ ପୁରୀ ଜିଲ୍ଲାରେ ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ଜିଲ୍ଲାପାଳ ବାତିଲ କରିଛନ୍ତି । ବିନା ଅନୁମତିରେ କର୍ମଚାରୀ ଛୁଟିରେ ଯାଇପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ସୂଚନାନୁଯାୟୀ . ନୟାଗଡ, କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଓ କେନ୍ଦ୍ରାପଡା ଜିଲ୍ଲାକୁ ସତର୍କ କରାଯାଇଛି । ଏହି ସବୁ ଜିଲ୍ଲାରେ ଯେଭଳି ଉଦ୍ଧାର କାର୍ଯ୍ୟ ସୁରୁଖୁରୁରେ ହୋଇପାରିବ ସେଥିପାଇଁ ୮  ଟି ଏନଡିଆରଏଫ ଟିମ, ୧୩ ଟି ଓଡ୍ରାଫ ଟିମ ଓ ୬୨ ଟି ଅତିରିକ୍ତ ଦମକଳ ବାହିନୀଙ୍କୁ ମୁତୟନ କରାଯାଇଛି । କେନ୍ଦ୍ରାପଡାରେ ୧୦ ଟି, କଟକ ସଦରରେ ୧୦ , ଆଠଗଡ଼ରେ ୮ , ଜଗତସିଂହପୁରରେ ୯ , ଖୋର୍ଦ୍ଧାରେ ୫ , ନୟାଗଡରେ ୮  ଓ ପୁରୀରେ ୧୨ ଅଗ୍ନିଶମ ଓ ଜରୁରୀକାଳୀନ ଟିମଙ୍କୁ ମୁତୟନ କରାଯାଇଛି ।

Related posts

ଲାଗି ରହିଛି ଗ୍ରୀଷ୍ମ ପ୍ରବାହ 

mahabharatanews

ସରକାରୀ ନିୟମର ଖୋଲାଖୋଲି ଉଲ୍ଲଘଂନ

mahabharatanews

ଖୁବ ଶୀଘ ଡ଼ିଜିପି ଭାବେ ଦାୟିତ୍ୱ ନେବେ ଏମ.ଅଭୟ

mahabharatanews