Uncategorized

ବନ୍ୟା ବିତ୍ପାତ ପାଇଁ ଜିଲ୍ଲା ପ୍ରଶାସନ ବିରୋଧରେ ତେଜୁଛି ଅସନ୍ତୋଷ

ପାଟନା: ଚଳିତ ବର୍ଷ ବିହାରରେ ବନ୍ୟା ବିତ୍ପାତ ଜାରି ରହିଥିବା ବେଳେ ୧୨ରୁ ଅଧିକ ଜିଲ୍ଲାର ଲୋକେ ପ୍ରଭାବିତ ହୋଇଛନ୍ତି । ଏହି ବନ୍ୟାକୁ ନେଇ ମୁଜାଫରପୁର ମୁରୌଲ ବ୍ଲକର ବାସିନ୍ଦା ଦୁର୍ଦ୍ଦଶା ମଧ୍ୟରେ ଦିନ କାଟୁଛନ୍ତି । ଏଥିନେଇ ଲୋକଙ୍କ ଜିଲ୍ଲା ପ୍ରଶାସନ ଉପରେ ଅସନ୍ତୋଷ ବୃଦ୍ଧି ପାଇଛି । ତେଣୁ ଜିଲ୍ଲା ପ୍ରଶାସନ ବିରୋଧରେ ମାମଲା ଦାୟର କରିବାକୁ ନିଷ୍ପତ୍ତି ହୋଇଛି । ବାସିନ୍ଦାଙ୍କ ଅଭିଯୋଗ, ବୁଢୀ ଗଣ୍ଡକ ନଦୀ ଉପରେ ଥିବା ରିଙ୍ଗ ଡ୍ୟାମ ଜିଲ୍ଲା ପ୍ରଶାସନ ଭାଙ୍ଗିଦେବାରୁ ଏପରି ବନ୍ୟା ବିତ୍ପାତ ସୃଷ୍ଟି ହୋଇଛି ।
ମୁରୌଲ ବ୍ଲକର ସଭାପତି କହିଛନ୍ତି, ବୁଢୀ ଗଣ୍ଡକ ନଦୀ ରିଙ୍ଗ ଡ୍ୟାମ ଭାଙ୍ଗିବାକୁ ନେଇ ଆମେ ନ୍ୟାୟ ଚାହୁଁଛୁ । ଏଥିନେଇ ଜିଲ୍ଲା ପ୍ରଶାସନ ବିରୋଧରେ ଆମେ ଏତଲା ଦେବୁ ଓ ପ୍ରଶାସନକୁ କୋର୍ଟକୁ ନେବୁ । ପ୍ରଶାସନ ଆମ ସହ ବହୁ ଅନ୍ୟାୟ କରିଛି । ସେମାନେ ଆମର ସମ୍ପତ୍ତି ଛଡାଇ ନେଇଛନ୍ତି, ଅନେକ ଲୋକଙ୍କୁ ଆକ୍ରମଣ କରିଛନ୍ତି । ଏହି ଡ୍ୟାମ ଭାଙ୍ଗିଯିବାରୁ ଆମେ ବହୁ ସମସ୍ୟା ଭୋଗ କରୁଛୁ । ଡ୍ୟାମ ଭାଙ୍ଗି ଦିଆ ଯିବାରୁ ନଦୀର ଜଳସ୍ତର ବୃଦ୍ଧି ପାଇ ବନ୍ୟା ହେଉଛି । ଆମେ ବହୁ ଅସୁବିଧା ଭୋଗ କରୁଛୁ ଓ କୌଣସି ଅଧିକାରୀ ଆମ ଦୁଃଖ ବୁଝୁ ନାହାନ୍ତି ।

Related posts

ସୋପୋର ଏନକାଉଣ୍ଟରରେ ୨ ଆତଙ୍କୀ ନିହତ

mahabharatanews

ଦିଲ୍ଲୀରେ ଇଣ୍ଟରନେଟ ସେବା ବନ୍ଦ

mahabharatanews

ମହାରାଷ୍ଟ୍ରରେ ୧୦୦୧ ପୁଲିସ କର୍ମଚାରୀ ସଂକ୍ରମିତ

mahabharatanews