(ଚିତ୍ତରଞ୍ଜନ ସାହୁ,ବରଗଡ଼): ବରଗଡ଼ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ବରାଗୁଡା ସଙ୍ଗରୋଧ ସେଣ୍ଟର ଠାରେ ଦ୍ଵିତୀୟ କରୋନା ରୋଗୀ ଚିହ୍ନଟ ହୋଇଛି । ରୋଗୀ ଜଣଜ ବରପାଲି ବ୍ଲକ ନିକଟସ୍ଥ ହଳଦୀପାଳି ଗ୍ରାମର ଜଣେ ୪୦ ବର୍ଷୀୟ ଯୁବକ ବୋଲି ଜଣାପଡିଛି ।
ସେ କିଛିଦିନ ଆଗରୁ ମହାରାଷ୍ଟ୍ରରୁ ଫେରି ସିଧାସଳଖ ବାରଗୁଡ଼ା ସଙ୍ଗରୋଧ ସେଣ୍ଟରକୁ ଯାଇ କ୍ଵାରାଇଣ୍ଟାଇନରେ ଥିଲେ । ତାଙ୍କର ସ୍ୱାବ ନମୁନା ସଂଗ୍ରହ କରାଯାଇ ତାକୁ ଚିକିତ୍ସା ପାଇଁ ପଠାଯାଇଥିଲା । ପରୀକ୍ଷା ରିପୋର୍ଟରୁ ତାହା ପଜିଟିଭ ଥିବା ଜଣାପଡିଛି । ସେ ପ୍ରାୟ କୋଡିଏ ବର୍ଷ ହେବ ମୁମ୍ବାଇରେ ବାସ କରୁଥିଲେ । ଲକଡାଉନ ପରେ ସେ ବହୁ କଷ୍ଟରେ ଚାଲି ଚାଲି ଝାଡ଼ଖଣ୍ଡ ସୀମା ପର୍ୟ୍ୟନ୍ତ ଆସିଥିଲେ । ସେଠାରୁ ବାଟରେ ଲିଫ୍ଟ ମାଗି ବରଗଡ଼ ପହଂଚିବା ପରେ ପଞ୍ଚାୟତ କଲେଜର କ୍ବାରେଂ ଟାଇନ ସେଣ୍ଟରରେ କିଛିଦିନ ରହିବା ପରେ ତାଙ୍କୁ ବରପାଲି ବ୍ଲକର ବାରଗୁଡ଼ାକୁ ପଠାଯାଇଥିଲା । ଏହା ପୂର୍ବରୁ ବରଗଡ଼ ସୁବାଷ ନଗରଠାରେ ଜିଲ୍ଲାର ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ ।
