ଓଡିଶା

ବରିଷ୍ଠ ସେବାୟତ ବାଉରୀ ବନ୍ଧୁ ଦାସମହାପାତ୍ର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ

ଭୁବନେଶ୍ୱର: ପ୍ରଭୁ ବଳଭଦ୍ରଙ୍କ ବରିଷ୍ଠ ସେବାୟତ ବାଉରୀ ବନ୍ଧୁ ଦାସମହାପାତ୍ର ଭୁବନେଶ୍ୱର ଆପୋଲୋ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିବାରୁ ସେ ଆପୋଲୋ ହସ୍ପିଟାଲର ଆଇସିୟୁରେ ଭର୍ତ୍ତି ହୋଇଛନ୍ତି । ହସ୍ପିଟାଲର ନ୍ୟୁରୋସର୍ଜନ ବିଶେଷଜ୍ଞ ଡ. ଦେବବ୍ରତ ବିଶ୍ୱାଳ ଶ୍ରୀ ଦାସମହାପାତ୍ରଙ୍କ ଚିକିତ୍ସା କରୁଛନ୍ତି । ପ୍ରାରମ୍ଭିକକ ଚିକିତ୍ସା ପରେ ଦାସମହାପାତ୍ରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଛି । ଶ୍ରୀ ଦାସ ମହାପାତ୍ରଙ୍କୁ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହସ୍ପିଟାଲ ଯାଇ ଦେଖୁଥିବ।। ବେଳେ ରାଜ୍ୟ ଯୋଜନା ବୋର୍ଡର ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଆପୋଲୋ ହସ୍ପିଟାଲ ଯାଇ ତାଙ୍କୁ ଭେଟିବା ସହ ଚିକିତ୍ସକଙ୍କଠାରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । ଶ୍ରୀମନ୍ଦିର ପ୍ରଶ।।ସନ ମଧ୍ୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କ ସହ ଶ୍ରୀ ଦାସମହାପାତ୍ରଙ୍କ ସ୍ଥିତି ସମ୍ପର୍କରେ ନିୟମିତ ବ୍ୟବଧାନରେ ତଥ୍ୟ ନେଉଛନ୍ତି ।

Related posts

ବଢୁଛି କରୋନା : ଦେଶରେ ଚତୁର୍ଥ ସ୍ଥାନରେ ଓଡିଶା

mahabharatanews

ଆସୁଛି ଆଉ ଏକ ଘୂର୍ଣ୍ଣିବଳୟ, ଏସବୁ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

mahabharatanews

ଫାଟୁସେନେରି ପଞ୍ଚାୟତରେ ଚାଲିଛି ଭୋଟ୍ ଗ୍ରହଣ

mahabharatanews