ଓଡିଶା

ବରୀରୁ ୧୪୪୩ ସ୍ୱାବ ସଂଗ୍ରହ,୧୦୧୬ ନେଗେଟିଭ

(ବରୀ/ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକରୁ ଏଯାବତ୍ ୧୪ ଶହ ୪୩ ଜଣ ବ୍ୟକ୍ତି ସ୍ଵାବ ସଂଗ୍ରହ କରାଯାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧ ହଜାର ୧୬ ଜଣଙ୍କର ନେଗେଟିଭ ଆସିଥିବା ସହ ୪୨୭ ଜଣଙ୍କ ରେପୋର୍ଟ ଆସି ନଥିବା ସୂଚନା ମିଳିଛି । ବୁଧବାର ବରୀ ବ୍ଲକ୍ ରେ ଦୁଇଟି ସ୍ଥାନରେ ସ୍ଵାବ ସଂଗ୍ରହ କରାଯାଇଥିବା ବେଳେ ଅଟିରା ସ୍ଥିତ ବିବେକା ନନ୍ଦ ଶିକ୍ଷା କେନ୍ଦ୍ର ସନ୍ଥନ ମଠ ଠାରେ ୨୫ ଜଣ କୋଲକାତା ଫେରନ୍ତା ଙ୍କ ସ୍ୱାବ ଏବଂ କାଦମ୍ବିନୀପାଳ ମହିଳା ମହବିଦ୍ୟାଳୟରୁ ୭୨ ଜଣଙ୍କ ସ୍ୱାବ ନେଇଥିବା ବେଳେ ଏମାନେ ସମସ୍ତେ ଗୁଜରାଟ , ସୁରଟ,ଓ ଅହମ୍ମଦା ବାଦ୍ ଫେରନ୍ତା ବୋଲି ଜଣାପଡିଛି। ଯାଜପୁର ରୁ ଦୁଇଟି ଟିମ୍ ବରୀ ଗସ୍ତ ରେ ଆସି ବିଭିନ୍ନ ସେଣ୍ଟର ବୁଲି ରାଜ୍ୟ କୁ ଫେରୁଥିବା ଲୋକଙ୍କ ଠୁ ସ୍ୱାବ ସଂଗ୍ରହ କରିଥିଲେ। ଏମାନଙ୍କ ମଧ୍ୟରେ ବରୀ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଡ କୌସିକ ପାତ୍ର,ଡ ଅଶ୍ଵିନୀ ରଣା, ରମାକାନ୍ତ ବାରିକ୍ , ମନୋରଞ୍ଜନ ପୋଥାଳ ଙ୍କ ସହ ସ୍ବାସ୍ଥ୍ୟ କର୍ମୀ ଆଶା ଦିଦି ଓ ଅଙ୍ଗନୱାଡ଼ି କର୍ମୀ ଉପସ୍ଥିତ ଥିଲେ।

Related posts

ମୃତକଙ୍କ ଆଉ ହେବନି କରୋନା ଟେଷ୍ଟ

mahabharatanews

ଚଳନ୍ତା ଟ୍ରେନରେ ହୁ ହୁ ହୋଇ ଲାଗିଲା ନିଆଁ

mahabharatanews

ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

mahabharatanews