ଓଡିଶା

ବରୀରେ ଅଭାବନୀୟ ଘଟଣା ଆମ୍ବୁଲାନ୍ସ ବଦଳେ ଟଲିରେ ବୁହାହେଲେ ପ୍ରସୂତି

(ବରୀ /ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅଧିନ ବାଇଁଶିରିଆ ପଂଚାୟତରୁ ଦୁଇ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଆଜି ଆଉ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାନି ବାଇଁଶିରିଆ ପଂଚାୟତର ହରେକୃଷ୍ଣ ଓଝା ଙ୍କ ପତ୍ନୀ କନକଲତା ଓଝା(୩୫)ପ୍ରସବ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କ ପରିବାର ଲୋକେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେବା ପାଇଁ ୧୦୪ ଓ ୧୦୮ କୁ ଯୋଗାଯୋଗ କରିଥଲେ । ମାତ୍ର ଦୀର୍ଘ ସମୟ ଧରି ଆମ୍ବୁଲାନ୍ସ ତରଫରୁ କୌଣସି ସୂଚନା ନ ମିଳିବାରୁ ଓ ପ୍ରସବ ଯନ୍ତ୍ରଣା ଅସହ୍ୟ ହେବାରୁ ବାଧ୍ୟ ହୋଇ ପରିବାରର ଲୋକେ ଏକ ଟ୍ରଲି ରେ ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥିବା ମହିଳାଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଉଥିବା ବେଳେ ବାଲିଆପାଳ ବିଧାନଚନ୍ଦ୍ର ଏକାଡେମୀ ନିକଟରୁ ଏକ ଆମ୍ବୁଲାନ୍ସ ଯୋଗେ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯାଇଥିଲା। ଦାୟିତ୍ୱରେ ଥିବା ଡାକ୍ତର ଜିନ୍ନତ ଦାସ ସମସ୍ତ ପରୀକ୍ଷା କରିବା ପରେ ମହିଳା ଜଣଙ୍କ ସେଠାରେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ। ପିଲାଟି ଜନ୍ମ ହେବା ପରେ ତାଙ୍କ ଅବସ୍ଥା ଗୁରୁତର ଥିଲା। ସମ୍ପୃକ୍ତ ମହିଳା ଜଣଙ୍କ ଗର୍ଭଧାରଣ ସମୟରୁ ଶେଷ ପର୍ୟ୍ୟନ୍ତ କୌଣସି ସ୍ୱାସ୍ଥ୍ୟ ପରୀକ୍ଷା ନ କରିବା କିମ୍ବା ଅଲ୍ଟ୍ରାସାଉଣ୍ଡ ନ କରିବା ଓ ସେହି ପଂଚାୟତର ଦାୟିତ୍ୱରେ ଥିବା ଆଶା ଓ ଅଙ୍ଗନବାଡି କର୍ମୀଙ୍କ ନିକଟରେ ଗର୍ଭଧାରଣ ସମ୍ପର୍କିତ କୌଣସି ସୂଚନାକୁ ମମତା ଖାତାରେ ଉଲ୍ଲେଖ କରିନଥିବା ଜଣାପଡିଛି। ଶିଶୁ ଜନ୍ମ ହେବା ପରେ ତାର ଅବସ୍ଥା ଅତି ସଙ୍କଟାପନ୍ନ ହେବାରୁ ଅଧିକା ଚିକିତ୍ସା ନିମନ୍ତେ ତାଙ୍କ ପରିବାର ଠାରୁ ଏକ ଅଣ୍ଡରଟେକିଙ୍ଗ ରଖାଯାଇ ପିଲାର କୌଣସି ଅସୁବିଧା ପାଇଁ ଆମ୍ଭେ ଦାୟୀ ରହିବୁ ନାହିଁ ବୋଲି ବରୀ ଗୋଷ୍ଠୀ ସ୍ୱାସ୍ଥ୍ୟ ଅଧିକାରୀ ଡ଼.କୌଶିକ ପାତ୍ର ସୂଚନା ଦେଇଛନ୍ତି ଓ ପରେ ତାଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠା ଯାଇଛି। ଗର୍ଭବତୀ ମହିଳା ମାନଙ୍କୁ ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣିବା କ୍ଷେତ୍ରରେ ଅବ୍ୟବସ୍ଥା ବିଷୟରେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଙ୍କୁ ପଚାରିଲେ ସେ କୁହନ୍ତି ଯଦି ଏପରି ସମସ୍ୟା ଆଗକୁ ଉପୁଜେ ଯଥାଶୀଘ୍ର ଆମକୁ ଯୋଗଯୋଗ କଲେ ଆମେ ଏହାର ବ୍ୟବସ୍ଥା କରିବୁ ଏବଂ ପ୍ରସୂତି ମାନଙ୍କୁ ପ୍ରସବ ନିମନ୍ତେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣାଯିବାକୁ ଭଡା ଗାଡି ଯୋଗାଇ ଦେବା କ୍ଷେତ୍ରରେ ସବୁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରର ଚିକିତ୍ସା ଅଧିକାରୀଙ୍କୁ ପତ୍ର ମାଧ୍ୟମରେ ସୂଚନା ଦିଆଯାଇଛି। ଆଗକୁ ଏଭଳି ସମସ୍ୟା ଯେପରି ନ ହୁଏ ସେଥିପ୍ରତି ଆମେ ଯତ୍ନବାନ ହେବୁ ବୋଲି ଡ଼.ସୁଧାଂଶୁ ଶେଖର ବଳ ସୂଚନା ଦେଇଛନ୍ତି।

Related posts

ହକି ଇଣ୍ଡିଆ ସଭାପତି ହେଲେ ଓଡ଼ିଆ ପୁଅ ଦିଲୀପ ତିର୍କୀ

mahabharatanews

ଅଗଷ୍ଟ ୧୬ରୁ ସାରା ରାଜ୍ୟରେ ବସ୍‌ ଚଳାଚଳ ବନ୍ଦ !

mahabharatanews

ଧରାପଡ଼ିଲା ଦୁର୍ଘଟଣା ଘଟାଇ ଥିବା ଡ୍ରାଇଭର

mahabharatanews