ଓଡିଶା

ବରୀରେ ଅଭାବନୀୟ ଘଟଣା, ନଦୀ ବାଲିରେ ପାଲ ଟାଣି ଦିନ କାଟୁଛନ୍ତି ପ୍ରବାସି ଓଡ଼ିଆ

(ବରୀ, ଯାଜପୁର): ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତ ପାଳସାହି ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଦୃଶ୍ୟ। ସଂଗରୋଧ କେନ୍ଦ୍ର ଛାଡ଼ିବା ପରେ ନିଜ ଗାଁରେ ପୁରେଇ ଦେଲେନି ଫଳରେ କୌଣସି ଉପାୟ ନପାଇ ପ୍ରବାସୀ ଓଡ଼ିଆ ଜଣଙ୍କ ନଦୀ ବାଲିରେ ପାଲ ଟାଣି ରହିବାକୁ ବାଧ୍ୟ ହେଲେ। ସୂଚନା ଅନୁସାରେ କିଛିଦିନ ତଳେ ବ୍ଲକ ସ୍ତରୀୟ ସଂଗରୋଧ କେନ୍ଦ୍ର ରଜାତୋଟା ଠାରେ ଥିବା କାଦମ୍ବିନୀ ପାଳ ମହିଳା କଲେଜ ରେ ରହୁଥିବା ପ୍ରବାସୀ ଓଡ଼ିଆ ଙ୍କ ପରୀକ୍ଷା ଫଳ ନେଗେଟିଭ ଆସିବାରୁ ସେମାନଙ୍କୁ ୭ ଦିନ ଯାଏ ରଖି ଛାଡ଼ି ଦେଇଥିଲେ ଅବଶିଷ୍ଟ ଦିନ ନିଜ ଘରେ ସଂଗରୋଧରେ ରହିବାକୁ ରାଜିନାମା ରଖାଯାଇଥିଲା। ଏପରି ସ୍ଥଳେ ବୋଦୁଅ ପଞ୍ଚାୟତର୪ ଜଣଙ୍କୁ ଛଡ଼ା ଯାଇଥିବା ବେଳେ ସେମାନଙ୍କ ନିଜସ୍ଵ ସ୍ଵତନ୍ତ୍ର ଘର ନଥିବାରୁ ଏବଂ ଗ୍ରାମବାସୀ ଗ୍ରାମକୁ ପ୍ରବେଶର ବାରଣ କରିବାରୁ ସେମାନେ ନଦୀ ବାଲିରେ ପାଲ ଟାଣି ରହିଥିବା ଜଣାପଡିଛି । ବର୍ତ୍ତମାନ ନଦୀରେ ପାଣି ମାଡ଼ି ଆସିବାରୁ ପ୍ରବାସୀ ଓଡ଼ିଆ ରହୁଥିବା ସ୍ଥାନର ଚାରିପାଖରେ ପାଣି ମାଡ଼ି ଯାଇଥିବା ଦେଖିବାକୁ ମିଳିଛି। ଏ ସମ୍ପର୍କରେ ବୋଦୁଅ ପଞ୍ଚାୟତ ସରପଞ୍ଚଙ୍କୁ ପଚାରିଲେ କହନ୍ତି ସେମାନଙ୍କ ରିପୋର୍ଟ ନେଗେଟିଭ ଆସିଥିବାରୁ ୭ ଦିନ ସଂଗରୋଧରେ ରଖି ଛାଡିଦିଆଗଲା ମାତ୍ର ପୂର୍ବ ନିୟମ ଅନୁସାରେ ୨୧ ଦିନ ସଂଗରୋଧରେ ରହିବା କଥାକୁ ଗ୍ରାମବାସୀ କହୁଥିବାବେଳେ ସେମାନଙ୍କ ଗୋଟିଏ ଲେଖାଏଁ ବଖରା ଥିବାରୁ ଘରେ ରହିପାରୁ ନାହାନ୍ତି ଫଳରେ ନଦୀ ପଠାରେ ପାଲ ଟାଣି ରହୁଛନ୍ତି। ଏପଟେ ବିଭିନ୍ନ ପଞ୍ଚାୟତରେ ୬/୭ ତାରିଖ ଠାରୁ ଆଜି ପର୍ୟ୍ୟନ୍ତ ଆସିଥିବା ପ୍ରବାସୀ ଓଡ଼ିଆମାନଙ୍କ ସ୍ୱାବ ପରୀକ୍ଷା ପାଇଁ ପଠା ଯାଇନାହିଁ ଏବଂ ସଂଗରୋଧ କେନ୍ଦ୍ରରେ ପ୍ରବାସୀ ଓଡ଼ିଆଙ୍କ୧୨/୧୬ ଦିନ ହୋଇଯାଇଥିଲେ ମଧ୍ୟ ବିନା ସ୍ୱାବ ପରୀକ୍ଷାରେ ଘରକୁ ପଠାଇ ଦେବାର ବ୍ୟବସ୍ଥାକୁ ସହଜରେ ଗ୍ରହଣ କରୁନାହାନ୍ତି ପ୍ରବାସୀ ଓଡ଼ିଆ। ଏ ନେଇ ବରୀ ତହସିଲଦାର ସରୋଜ କାନ୍ତ ନାୟକଙ୍କୁ ପଚାରିଲେ କହନ୍ତି ଯେ ସରକାରଙ୍କ ଯାହା ଗାଇଡ ଲାଇନ ଆସୁଛି ତାହା କାର୍ୟ୍ୟକାରୀ କରାଯାଉଛି । ବରୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅଧିକାରୀ ଡ଼ା କୈାସିକ ପାତ୍ର କହନ୍ତି ଆଜି ଗାଇଡ ଲାଇନ ଆସିଛି ଯେ ପ୍ରବାସୀ ଓଡ଼ିଆ ସରକାରଙ୍କ ସଂଗରୋଧ କେନ୍ଦ୍ରରେ ୭ ଦିନ ରହିବେ ଓ ଅବଶିଷ୍ଟ ୭ ଦିନ ନିଜ ଘରେ ସଂଗରୋଧରେ ରହିବେ ପରେ ଲକ୍ଷଣ ପ୍ରକାର ପାଇଲେ ସ୍ୱାବ ପରୀକ୍ଷା ପାଇଁ ପଠାଇବୁ ବୋଲି କହିଛନ୍ତି।

Related posts

ସଡକ ଦୁର୍ଘଟଣାରେ ଜଣେ ମୃତ

mahabharatanews

ଛୋଟ ପିଲାଙ୍କ ଆଖିରେ କରୋନା ପ୍ରଭାବ

mahabharatanews

ବିଏମସି ପକ୍ଷରୁ ଭିକାରୀ ଥଇଥାନ କାର୍ଯ୍ୟ ଆରମ୍ଭ

mahabharatanews