(ମହାଭାରତ): ଆଜି ଭାଲେଣ୍ଟାଇନ ଡ଼େ ବା ପ୍ରେମ ସପ୍ତାହର ଅନ୍ତିମ ଦିନ । ଏହି ଦିନଟିକୁ ପ୍ରେମୀ ଯୁଗଳ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ । ଏହି ଦିନରେ ପରସ୍ପର ପ୍ରେମ ଦିନ କରି ପ୍ରେମର ସେତୁ ଗଢିଥାନ୍ତି । ତେବେ କିନ୍ତୁ ବଲିଉଡ଼ରେ ଏମିତି କିଛି ପ୍ରେମ କାହାଣୀ ରହିଛି ଯାହା ଅଧୁରା ।
ସୁରୈୟା-ଦେବ ଆନନ୍ଦ:
ବଲିଉଡ଼ରେ କ୍ୟାରିୟର ଆରମ୍ଭ କରିବା ଦିନରୁ ହିଁ ସୁରୈୟାଙ୍କୁ ଦେବ ଆନନ୍ଦଙ୍କ ଦିଲ ଦେଇଥିଲେ । ହେଲେ ଏହାକୁ ଗ୍ରହଣ କରିନଥିଲେ ସୁରୈୟାଙ୍କ ଜେଜେମା । ଶେଷରେ ଘର ଲୋକଙ୍କ କଥାମାନି ନିଜ ପ୍ରେମକୁ ବଳି ପକାଇଥିଲେ ସୁରୈୟା ।ଅବଶ୍ୟ ଏହାକୁ ଖୋଲାଖୋଲି ଭାବେ ଦେବ ସାହେବ ଏକ ସାକ୍ଷାତକାରରେ କହିବା ସହ ବାୟୋଗ୍ରାଫିରେ ମଧ୍ୟ ଉଲ୍ଲେଖ କରିଛନ୍ତି ।
ମଧୁବାଳା-ଦିଲ୍ଲୀପ କୁମାର:
ପରଦାରେ ଅଭିନୟ କରୁ କରୁ ଏମାନେ ପଡ଼ିଥିଲେ ପ୍ରେମରେ ।ହେଲେ ସଂସାର ଗଢିବାର ସ୍ୱପ୍ନ ଏମାନଙ୍କର ପୂରଣ ହୋଇ ନ ଥିଲା । କାରଣ ମଧୁବାଳା-ଦିଲ୍ଲୀପ କୁମାରଙ୍କ ସମ୍ପର୍କକୁ ଗ୍ରହଣ କରି ନ ଥିଲେ ମଧୁବାଳାଙ୍କ ବାପା । ଅବଶ୍ୟ ଏକଥା ଦିଲ୍ଲୀପ କୁମାର ତାଙ୍କ ବାୟୋଗ୍ରାଫିରେ ଭଲ ଭାବେ ବର୍ଣ୍ଣନା କରିଛନ୍ତି ।
ହେମାମାଳିନୀ-ସଞ୍ଜିବ କୁମାର:
ଡ଼୍ରିମ ଗର୍ଲଙ୍କ ପ୍ରେମରେ ପଡ଼ିଥିଲେ ୭୦ଦଶକର ହ୍ୟାଣ୍ଡସମ ନାୟକ ସଞ୍ଜିବ କୁମାର । ହେଲେ ସେତେବେଳକୁ ହେମା ପଡ଼ିଥିଲେଧର୍ମେନ୍ଦ୍ରଙ୍କ ପ୍ରେମରେ । ତେଣୁ ସେ ଧର୍ମେନ୍ଦ୍ରଙ୍କୁ ହିଁ ବିବାହ କରିଥିଲେ । ଏପଟେ କିନ୍ତୁ ସାରା ଜୀବନ ଅବିବାହିତ ରହି ଯାଇଥିଲେ ସଞ୍ଜିବ କୁମାର ।
ରେଖା-ଅମିତାଭ:
ଏମାନଙ୍କ ପ୍ରେମ କାହାଣୀ ବଲିଉଡ଼ରେ ବେଶ ଚର୍ଚ୍ଚିତ । ଏମିତିକି ଏମାନଙ୍କ ପ୍ରେମ କାହାଣୀକୁ ନେଇ ୟଶରାଜ ବ୍ୟାନରେ ମଧ୍ୟ ନିର୍ମାଣ ହୋଇଛି ଏକ ଫିଲ୍ମ । ଯାହାର ଗୀତ ଗୁଡ଼ିକ ଆଜିବି ସୁପରହିଟ । ତେବେ ଅମିତାଭ ବି ଘର ଲୋକଙ୍କ କଥାକୁ ଭାଙ୍ଗି ନ ପାରି କୁଆଡ଼େ ରେଖାଙ୍କ ପ୍ରେମକୁ ଭୁଲି ଯାଇଥିଲେ ବୋଲି କୁହାଯାଏ । ଆଉ ତାଙ୍କ ଜୀବନରେ ଆସିଥିଲେ ଜୟା । ଯାହାଙ୍କୁ ନେଇ ସେ ଏବେ ଗଢିଛନ୍ତି ତାଙ୍କ ସୁନ୍ଦର ସଂସାର ।
ଐଶ୍ୱର୍ଯ୍ୟା- ସଲମାନ:
ନୀଳ ନୟନା ଐଶ୍ୱର୍ଯ୍ୟାଙ୍କ ପ୍ରେମରେ ପଡ଼ିଥିଲେ ବଲିଉଡ଼ ଭାଇଜାନ ସଲମାନ । ଦୀର୍ଘ ୩ ବର୍ଷ ଧରି ଏମାନେ ପରସ୍ପରକୁ ଭଲପାଇ ବସିଥିଲେ । ହେଲେ ଶେଷରେ ସଲମାନଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଐଶ୍ୱର୍ଯ୍ୟା ତାଙ୍କ ଠାରୁ ଦୂରେଇ ଯାଇଥିଲେ ।ଏମାନଙ୍କ ପ୍ରେମ କାହାଣୀ ମଧ୍ୟ ରହିଯାଇଥିଲା ଅଧୁରା । ପରେ ଐଶ୍ୱର୍ଯ୍ୟା ସିନା ଗଢିଲେ ତାଙ୍କର ସଂସାର ହେଲେ ଭାଇଜାନ ଆଜି ପର୍ଯ୍ୟନ୍ତ ଏକା ଏକା ହୋଇ ରହିଯାଇଛନ୍ତି ।