Uncategorized

ଘରୋଇ ଉପାୟରେ ମୁହଁରୁ ଦୂର କରନ୍ତୁ ବ୍ରାକ ହେଡ୍ସ

(ମହାଭାରତ): ବଢୁଥିବା ପ୍ରଦୂଷଣ,ବଦଳୁଥିବା ଜୀବନ ଶୈଳୀ କାରଣରୁ ତ୍ୱଚା ସମ୍ବନ୍ଧୀୟ ସମସ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ବର୍ତ୍ତମାନ ସମୟରେ ଯୁବତୀ ମାନଙ୍କ ମୁହଁରେ ବ୍ଲାକ ହେଡ୍ସ,ହ୍ୱାଇଟ ହେଡ୍ସ ,ବ୍ରଣ ପରି ସମସ୍ୟା ମାନ ଯେମିତି ସାଧାରଣ ହୋଇଗଲାଣି । ବିଶେଷଜ୍ଞଙ୍କ ଅନୁଯାୟୀ ବିଭିନ୍ନ କାରଣରୁ ସ୍କିନ ପୋର ବନ୍ଦ ହୋଇଯାଇଥାଏ ,ତେଣୁ ଏପରି ସମସ୍ୟା ମାନ ଉପୁଜିଥାଏ । ପାର୍ଲରରେ ଏହାର ଉପଚାର କରିବା ଦ୍ୱାରା ଅସହ୍ୟ ଯନ୍ତ୍ରଣା ହେବା ସହ ହଜାର ହଜାର ଟଙ୍କା ଖର୍ଚ୍ଚ ମଧ୍ୟ ହୋଇଥାଏ ।

କିନ୍ତୁ ଘରୋଇ ଉପାୟରେ ବି ଖୁବ ସହଜରେ ଆପଣ ଏପରି ସମସ୍ୟାରୁ ନିଜକୁ ରକ୍ଷା କରିପାରିବେ । ତେବେ ଆସନ୍ତୁ ଜାଣିବା କିପରି ଏହି ସମସ୍ୟାରୁ ମୁକ୍ତି ପାଇବେ । ଏଥିପାଇଁ ଆପଣଙ୍କୁ ଏକ ସ୍କ୍ରବ ପ୍ରସ୍ତୁତ କରିବାକୁ ପଡ଼ିବ ।

ଗୋଟିଏ ପାତ୍ରରେ କଦଳୀ ଗୋଟେ,ଓଟ୍ସ ଗୋଟେ ଚାମଚ, ମହୁ ଗୋଟେ ଚାମଚ,ଅଲିଭ ଅଏଲ ଗୋଟେ ଚାମଚ,ବାଦାମ ତେଲ ଗୋଟେ ଚାମଚ ଏକାଠି କରି ଭଲ ଭାବେ ମିଶାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଯାଇଥିବା ଏହି ମିଶ୍ରଣକୁ ଗୋଲାକାର ଭାବେ ନିଜ ଚେହେରାରେ ହାଲକା ମସାଜ କରାଇ ନିଅନ୍ତୁ । ୫ରୁ ୧୦ ମିନିଟ ପାଇଁ ଏହାକୁ ନିଜ ମୁହଁରେ ରଖନ୍ତୁ । ଗୋଟେ ନିର୍ଦ୍ଦିଷ୍ଟ ସମୟ ପରେ ନଖ ଉଷୁମ ପାଣିରେ ଧୋଇଦିଅନ୍ତୁ । ଚେହେରାରୁ ବ୍ଳାକ ହେଡ୍ସ ଗାୟବ କରି ଉଜ୍ୱଳତା ଆଣିବାରେ ଏହା ହେଉଛି ସର୍ବୋତ୍ତମ ଉପାୟ ।

Related posts

ଗତ ୨୪ ଘଣ୍ଟାରେ ୯୨,୦୭୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ, ୧୧୩୬ ମୃତ

mahabharatanews

ଅନର୍ଗଳ ଇଂଲିଶ କହି ଚର୍ଚ୍ଚାରେ ହରିୟାଣାର ବୃଦ୍ଧ

mahabharatanews

ଉଦ୍ଧବ ମନ୍ତ୍ରିମଣ୍ଡଳରେ ବିଭାଗ ବଣ୍ଟନ ଅଜିତଙ୍କୁ ଅର୍ଥ, ଆଦିତ୍ୟଙ୍କୁ ପରିବେଶ ମନ୍ତ୍ରାଳୟ ଦାୟିତ୍ୱ

mahabharatanews