ଓଡିଶା

ବଳି କେବଳ ନୀତିକାନ୍ତିରେ ସୀମିତ ହେବ

ସୋନପୁର/ ଓମପ୍ରକାଶ ମିଶ୍ର: ଯନ୍ତ୍ର ମନ୍ତ୍ର ଓ ତନ୍ତ୍ରର ମହାମିଳନ ପୀଠ ସୁବର୍ଣ୍ଣପୁରର ପ୍ରସିଦ୍ଧ ବଳିଯାତ୍ରା ଚଳିତବର୍ଷ କୋଭିଡ କଟକଣା ମଧ୍ୟରେ ପାଳିତ ହେବ । ବଳି କେବଳ ନୀତିକାନ୍ତିରେ ସୀମିତ ରଖିବାକୁ ପ୍ରଶାସନର କଡା ନିର୍ଦ୍ଦେଶ ରହିଛି । ବଳି ଯାତ୍ରା ପାଇଁ ସୁରେଶରୀ ମନ୍ଦିରରୁ ବାହାରି ସମଲେଶ୍ବରୀ ମନ୍ଦିରରେ ସ୍ଥାପନ କରାଯାଇଛି । ଯାତ୍ରା ସମୟରେ କୌଣସି ପରିସ୍ଥିତିରେ ଲୋକଙ୍କ ଭିଡକୁ ସମ୍ପୂର୍ଣ୍ଣ ବାରଣ କରାଯାଇଥିବା ସୋନପୁର ଉପଜିଲ୍ଲାପାଳ ତଥା ଦେବୋତ୍ତର ନିହାର ରଞ୍ଜନ କଅଁର ସୂଚନା ଦେଇଛନ୍ତି।
ଆଜି ମହାଳୟା ଅମାବାସ୍ୟାରୁ ପ୍ରସିଦ୍ଧ ବଳିଯାତ୍ରାର ଅନ୍ୟ ପର୍ବ ବଳି ଅନୁଷ୍ଠିତ ହେବ । କରେ।।ନ।। ପାଇଁ ବଳିଯାତ୍ରା ଆୟୋଜନକୁ ବାରଣ କରାଯାଇଥିବା ବେଳେ ସେ ସମୟରେ ଦେବୀଙ୍କ ପୀଠରେ ଯାହା କିଛି ପୂଜାର୍ଚ୍ଚନା ରହିଛି କେବଳ ତାହା ହିଁ କରାଯିବ । ରାଜାରାଜୁତା ଅମଳରୁ ଚାଲି ଆସୁଥିବା ଏହି ଯାତ୍ରାରେ ଡାଙ୍ଗୁଆ ଛତ୍ରିଆ ଜୁଲିଆ ବାଇକିଆ, ଗାୟନ ଆଦି ୩୬ ହିଁ ସଂପ୍ରଦାୟର ପ୍ରତ୍ୟକ୍ଷ ଓ ପରୋକ୍ଷ ସମ୍ପୃକ୍ତିରେ ସେବାୟତଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥାଏ । ତତ୍କାଳୀନ ସୋନପୁର ରାଜା କେବଳ ବଳିଯାତ୍ରା ପାଇଁ ଜମି ପ୍ରଦାନ କରିଛନ୍ତି କିନ୍ତୁ ଚଳିତବର୍ଷ କୋରାନା କଟକଣା ଯୋଗୁଁ ଏମାନେ ଯାତ୍ରାରେ ସାମିଲ ହୋଇପାରିବେ ନାହିଁ । ବଳିଯାତ୍ରା ପରମ୍ପରାର ରୀତିନୀତି ସହ ଦେବୀଙ୍କ ନୀତିକାନ୍ତ ପାଇଁ ଅନୁମତି ଥିବା ଉପଜିଲାପାଳ କହିଛନ୍ତି ।
ଅପରପକ୍ଷେ ଜିଲ୍ଲାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ମନ୍ଦିର ଗୁଡିକ ଖୋଲିସାରିଛି । କିନ୍ତୁ ଏହି ପ୍ରସିଦ୍ଧ ବଳିଯାତ୍ରାରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଅନୁମତି ନ ଦେବାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଦେଖାଦେଇଛି ।

 

Related posts

ପୁରୀ ବେଳାଭୂମ ବଡଦିନ ପାଇଁ ଚଳଚଂଚଳ

mahabharatanews

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

mahabharatanews

ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

mahabharatanews