ଓଡିଶା

ମେକ୍ ଇନ୍ ଓଡିଶା କନକ୍ଲେଭ,ଭୁବନେଶ୍ୱର ଅକାଶରେ ଏକା ସାଙ୍ଗରେ ଉଡିଲା ୬ ଡ୍ରୋନ

ଭୁବନେଶ୍ୱର: ମେକ ଇନ୍ ଓଡ଼ିଶା କନକ୍ଲେଭରେ ଓଡ଼ିଶା ରୂପାନ୍ତରଣର ଚିତ୍ର ସମସ୍ତଙ୍କୁ ଦେଖାଇଲେ ରାଜ୍ୟ ସରକାର।ଏହି କାର୍ଯ୍ୟକ୍ରମରେ ୫୦୦ ରୁ ଅଧିକ କଳାକାର ଏଥିରେ ସାମିଲ ହୋଇଥିଲେ। ଆମ ଇତିହାସ, ସଂସ୍କୃତି, ଓଡ଼ିଶୀ, ପ୍ରମୁଖ ବ୍ୟକ୍ତି, ସ୍କୁଲ ରୁପାନ୍ତରଣ, ବିଭିନ୍ନ ଧାର୍ମିକ ଓ ସାଂସ୍କୃତିକ ପୀଠର ରୂପାନ୍ତରଣ, ପର୍ୟଟନ କ୍ଷେତ୍ରର ବିକାଶ, ଓଡ଼ିଶାର ହସ୍ତ ତନ୍ତ, ମାଟିରୁ ପଥର କାରିଗର, ପ୍ରାକୃତିକ ବିପର୍ୟ୍ୟୟ ମୁକାବିଲା, ସ୍ବାସ୍ଥ୍ୟ ଉପରେ ଆଧାରିତ ଥିଲା ରୂପାନ୍ତର ନୃତ୍ୟ । ଓଡ଼ିଶାର କଳା ଓ ସଂସ୍କୃତି ଉପରେ ଆଧାରିତ ଏକ କାର୍ୟକ୍ରମ ଆକାଶରେ ଅନୁଷ୍ଠିତ ହୋଇଥିଲା। ୬୦୦ ଡ୍ରୋନକୁ ନେଇ ଆକାଶରେ ଓଡ଼ିଶୀ ନୃତ୍ୟ, କୋଣାର୍କ ମନ୍ଦିର, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା, ରଥ ପ୍ରଭୃତି ପ୍ରଦର୍ଶିତ ହୋଇଥିଲା। ୫ ମିନିଟ୍ ର ଏହି ଡ୍ରୋନ ସୋ ଖୁବ୍ ଚିତ୍ତାକର୍ଷକ ଥିଲା ଆକାଶରେ। ଏହାପରେ ଥିଡି ଲେଜର ସୋ ଅନୁଷ୍ଠିତ ହୋଇଥିଲା।

ଏହି କନକ୍ଲେଭରେ ଓଡ଼ିଶାର ବିଭିନ୍ନ ଉଲ୍ଲେଖନୀୟ ସଫଳତାକୁ ଥିଡି ସୋ ମାଧ୍ୟମରେ ଦେଖାଯାଇଥିଲା। ଏଥି ସହ ରୂପାନ୍ତର କାର୍ୟକ୍ରମ ନୃତ୍ୟରେ ପରିବେଷଣ କରିଥିଲେ ଓଡ଼ିଶା ଡାନ୍ସ ଏକାଡେମୀ ।ଏହା ସହ ମାହାରୀ ଗୋଟିପୁଅ ଓଡ଼ିଶୀ ନୃତ୍ୟ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ଆନ୍ତର୍ଜାତୀୟ ଦେଲିଗେଟଙ୍କ ସହ ଆଗରେ ବସି ଦେଖିଲେ।

Related posts

ଫସିରହିଥିବା ୭୦ ଜଣ ଶ୍ରମିକଙ୍କୁ ନିଜ ଅଞ୍ଚଳକୁ ଫେରିଯାଇଛନ୍ତି

mahabharatanews

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା 

mahabharatanews

ଆଜି ବିଜେଡି କରିବ ପ୍ରାର୍ଥୀ ଘୋଷଣା

mahabharatanews