ଓଡିଶା

ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା

(କେନ୍ଦ୍ରାପଡା) : ତୁଳସୀ କ୍ଷେତ୍ରର ଆରାଧ୍ୟ ଦେବତାଙ୍କୁ ରାକ୍ଷୀ ବାନ୍ଧିଲେ ଭଉଣୀ ସୁଭଦ୍ରା । ପବିତ୍ର ରାକ୍ଷୀ ବନ୍ଧନରେ ଚଳଚଞ୍ଚଳ ହୋଇ ଉଠିଛି ତୁଳସୀ କ୍ଷେତ୍ର । ମନ୍ଦିର ପରିସରରେ ପ୍ରବଳ ଭକ୍ତଙ୍କ ଭିଡ ଲାଗି ରହିଛି । ଏଥିପାଇଁ ଜିଲ୍ଲା ପ୍ରଶାସନ ବି ବ୍ୟାପକ ବ୍ୟବସ୍ଥା କରିଛି । ଭକ୍ତଙ୍କ ପାଇଁ ବି ସ୍ଵତନ୍ତ୍ର ଦିବସ ହୋଇଛି । ପ୍ରଭୁ ବଡଠାକୁର ଅର୍ଥାତ୍ ବଳଦେବଜୀଉଙ୍କ ଜନ୍ମଦିନ ଥିବାରୁ ବହୁ ଦୁରରୁ ଭକ୍ତ ଆସିଛନ୍ତି ।

ସୂଚନାନୁଯାୟୀ , ବଳଦେବଜୀଉଙ୍କ ଜନ୍ମ ଉତ୍ସବ ପାଳନ ପାଇଁ ଏବେ ଚଳଚଞ୍ଚଳ । ସବୁଠି ଭକ୍ତିମୟ ପରିବେଶ । ଲୋକଙ୍କ ଭିଡ ବି ଲାଗି ରହିଛି । ଆଉ ଏହା ସହ ମନ୍ଦିରର ଅନେକ ନୀତିକାନ୍ତି ବି ସମାପ୍ତ ହୋଇଛି । ଆଉ ସମସ୍ତେ ଏହି ଅପୂର୍ବ ଦୃଶ୍ୟକୁ ଦେଖି ଆତ୍ମ ବିଭୋର ହୋଇଛନ୍ତି ।

Related posts

ଛାତ୍ରୀଙ୍କୁ ଧକ୍କା ଦେଲା ପିକଅପ୍ ଭ୍ୟାନ୍

mahabharatanews

16 ତମ ଜାତୀୟ ମତଦାତା ଦିବସ -2026 ଅନୁଷ୍ଠିତ ହୋଇ ଯାଇଛି

mahabharatanews

ଓଏସ ସ୍ତରରେ ଅଦଳ ବଦଳ

mahabharatanews