ଓଡିଶା

ବସ ଚଳାଚଳ ପାଇଁ ଜାରି ହେବ ଗାଇଡଲାଇନ:ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟରେ ଜୁଲାଇ ୧୬ ତାରିଖ ଯାଏ କରୋନା କଟକଣାକୁ ଅଧିକ କୋହଳ କରାଯାଇଥିଲେ ମଧ୍ୟ ସମ୍ପୂର୍ଣ୍ଣ ହଟା ଯାଇନି କଟକଣା । ୨୦ଟି ଜିଲ୍ଲାରେ ବସ୍ ଚଳାଚଳକୁ ଅନୁମତି ମିଳିଛି । ଏନେଇ ଗାଇଡ୍ଲାଇନ୍ ଜାରି କରାଯିବ ବୋଲି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି ।
ସେ କହିଛନ୍ତି, ବସ୍ ଚଳାଚଳ ସମ୍ପର୍କରେ ବିଭାଗ ପକ୍ଷରୁ ଆର୍ଟିଓ ଓ ବସ୍ ସଂଘଗୁଡ଼ିକୁ ଗାଇଡ୍ଲାଇନ୍ ଦିଆଯିବ। ଯେଉଁ ଜିଲ୍ଲା ଗୁଡ଼ିକରେ ବସ୍ ଚଳାଚଳ ପାଇଁ ଅନୁମତି ଦିଆଯାଇଛି, ସେହି ଜିଲ୍ଲା ଗୁଡ଼ିକ ମଧ୍ୟରେ ବସ୍ ଚଳାଚଳ କରିପାରିବ। ମାଲକାନଗିରି, କୋରାପୁଟ, ରାୟଗଡ଼ା, ନବରଙ୍ଗପୁର, ଗଜପତି, ଗଂଜାମ, କନ୍ଧମାଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗିର, ବୌଦ୍ଧ, ସୁବର୍ଣ୍ଣପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼, କେନ୍ଦୁଝର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ‘ଏ’ କ୍ୟାଟେଗୋରୀରେ ରଖାଯାଇଛି। ଏହି ସବୁ ସ୍ଥାନରେ ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ଦୋକାନବଜାର ଖୋଲା ରହିବା ସହ ବସ୍ ଓ ଟ୍ୟାକ୍ସି ଚଳାଚଳକୁ ଅନୁମତି ମିଳିଛି ।

Related posts

ସମ୍ପତ୍ତି ପାଇଁ ବାପାକୁ ମାରିବାକୁ ଧମକ ଦେଲା ପୁଅ

mahabharatanews

ପ୍ରସ୍ତାବ ଛଳରେ କ୍ଷମତା ମାଗିଲେ ନବୀନ

mahabharatanews

ଜିଲ୍ଲାପାଳଙ୍କ ନିଖୋଜ ଥିବା ପିଏଙ୍କ ମୃତଦେହ ଉଦ୍ଧାର

mahabharatanews