(ସତ୍ୟନାରାୟଣ ପାଲ, ରାଇରଙ୍ଗପୁର ): ‘କରୋନା’ ମହାମାରୀ ସଂକ୍ରମିତ ଭୂତାଣୁ ଠାରୁ ଦୂରେଇ ରଖିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଲକ୍ ଡାଉନ୍ ଜାରି ରଖିଛନ୍ତି । ଯାହାଫଳରେ ସବୁଆଡେ ଶୂନଶାନ । କେହି ପଦାକୁ ବାହାରୁ ନାହାଁନ୍ତି । ଏଣେ ଏଭଳି ପରିସ୍ଥିତିରେ ବିଭିନ୍ନ ଡାକ୍ତରଖାନାରେ ଏବଂ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରକ୍ତ ସଂକଟ ଦେଖାଦେଇଛି । ପ୍ରସୂତି ମହିଳା, ଥାଲାସେମିଆ ରୋଗୀମାନେ ଏବଂ ରକ୍ତ ହୀନ ବୁଢ଼ାବୁଢିମାନେ ରକ୍ତ ନ ପାଇ ମୃତ୍ୟବରଣ କରୁଛନ୍ତି । ରୋଗୀଙ୍କ ଏଭଳି ଦୁଃଖ ଭରା ଦୃଶ୍ୟ ଦେଖି ବହଳଦା ସତସଙ୍ଗ ବିହାର କମିଟିର ସଦସ୍ୟମାନେ ମୟୂରଭଂଜ ଜିଲ୍ଲାର ବହଳଦା’ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ମାନବ ସେବାହିଁ ମାଧବ ସେବା । ସେବା କରିବା ହିଁ ପ୍ରକୃତ ଧର୍ମ । ସେହି ଉପଦେଶକୁ ବହଳଦା ସତସଙ୍ଗ ବିହାର କମିଟିର ସଦସ୍ୟ ମାନେ ଏହି ରକ୍ତଦାନ କାର୍ୟ୍ୟକ୍ରମକୁ ଆଗେଇ ନେଇଥିଲେ । ଏହି କାର୍ୟ୍ୟକ୍ରମକୂ ବହଳଦା ଡାକ୍ତରଖାନାର ମୁଖ୍ୟ ଡଃ ରୀତା ଟୁଡୁ , ବରିଷ୍ଠ ସାମ୍ବାଦିକ ପ୍ରଭାସ ଦାସ, ବରିଷ୍ଠ ସାମ୍ବାଦିକ ମଧୁସୂଦନ ଦାସ ପ୍ରମୁଖ ପିତା କାଟି ଉଦଘାଟନ କରିବା ସହ ୩୦ଜଣ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ଏଭଳି ରକ୍ତ ସଂକଟ ସମୟରେ ବହଳଦା ସତସଙ୍ଗ ବିହାର ତରଫରୁ ଏଭଳି ରୋଗୀକଲ୍ୟାଣ ସାମାଜିକ କାର୍ୟ୍ୟକ୍ରମ ଆୟୋଜନ କରିଥିବାରୁ ରକ୍ତ ଅଭାବରେ ପିଡିତ ରୋଗୀମାନେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।
next post
