(ମହାଭାରତ, ବାଲେଶ୍ୱର): ବାଲେଶ୍ୱର ସଦର ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ଏଠାରେ ଜଣେ ବ୍ୟବସାୟୀଙ୍କ ଠାରୁ କିଛି ଦୁର୍ବୃତ୍ତ ଲକ୍ଷାଧିକ ଟଙ୍କା ଲୁଟି ନେଇଛନ୍ତି । ଘଟଣାଟି ସଦର ଥାନା ଅନ୍ତର୍ଗତ ନିନ୍ଧିପଣ୍ଡା ଅଞ୍ଚଳରେ ଘଟିଛି । ବ୍ୟବସାୟୀ ଜଣକ ରୁପସା ଅଞ୍ଚଳର ଭିକାରୀ ପ୍ରଧାନ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, ବ୍ୟବସାୟୀ ଜଣକ ଟଙ୍କା ଧରି ନିଜର ସ୍କୁଟି ନେଇ ବାରିପଦା ଅଭିମୁଖେ କୌଣସି କାମରେ ଯାଉଥିଲେ । ଏହି ସମୟରେ ଦୁଇଟି ବାଇକ୍ରେ ପ୍ରାୟ ୬ ଜଣ ଦୁର୍ବୃତ୍ତ ପହଞ୍ଚି ତାଙ୍କୁ ରାସ୍ତାରେ ଅଟକାଇଥିଲେ । ପରେ ମାରଣାସ୍ତ୍ରରେ ତାଙ୍କୁ ଆକ୍ରମଣ କରଥିଲେ । ପରେ ସେ ଧରି ଯାଉଥିବା ଟଙ୍କା ଲୁଟି ନେବା ସହ ତାଙ୍କ ସ୍କୁଟିକୁ ନେଇ ସେଠାରୁ ଫେରାର ହୋଇଯାଇଥିଲେ । ତେବେ ଏହି ଦୁର୍ବୃତ୍ତମାନେ ଉକ୍ତ ବ୍ୟବସାୟୀଙ୍କ ଠାରୁ ନଗଦ ୧ ଲକ୍ଷ ୮୦ ହଜାର ଟଙ୍କା ଲୁଟ୍ କରିଥିବା ଜଣାଯାଇଛି । ଏହି ଘଟଣା ପରେ ବ୍ୟବସାୟୀ ଜଣକ ସଦର ଥାନାରେ ଏତଲା ଦେଇଥିଲେ । ଏହାକୁ ଭିତ୍ତି କରି ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଦୁର୍ବୃତ୍ତମାନଙ୍କୁ ଧରିବା ପାଇଁ ଚେଷ୍ଟା ଚଳାଇଛି ।
previous post
next post
