ଓଡିଶା

ବାଇକ୍ ଉପରେ ମାଡିଗଲା ଟ୍ରକ୍

(ମହାଭାରତ, ଭଦ୍ରକ): ଭଦ୍ରକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଗତ ସୋମବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ଏକ ବାଇକ ଉପରେ ଟ୍ରକ ମାଡିଯିବାରୁ ଜଣେ ପ୍ରାଣ ହରାଇଥିବା ବେଳେ ଆଉ ଜଣେ ଗୁରତର ଆହତ ହୋଇଛନ୍ତି । ଉଭୟ ସମ୍ପର୍କରେ ଦାଦା-ପୁତୁରା ବୋଲି ଜଣାଯାଇଛି । ମୃତକ ଜଣେ ଅବସରପ୍ରାପ୍ତ ଶିକ୍ଷକ ହୋଇଥିବା ବେଳେ ଆହତ ଯୁବକଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ସେମାନେ ସୋମବାର ଏକ ବାଇକ ଯୋଗେ ବାସୁଦେବପୁର ଯାଉଥିଲେ । ଏହି ସମୟରେ ଚରମ୍ପାସ୍ଥିତ ମହିନ୍ଦ୍ରା ସୋରୁମ ସମ୍ମୁଖରେ ଦୁହିଁଙ୍କ ଉପରେ ଏକ ଟ୍ରକ ମାଡି ଯାଇଥିଲା । ଫଳରେ ଘଟଣାସ୍ଥଳରେ ଶିକ୍ଷକ ଜଣକ ପ୍ରାଣ ହରାଇଥିବା ବେଳେ ତାଙ୍କ ପୁତୁରାଙ୍କୁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିଛି । ଦୁର୍ଘଟଣା ଘଟାଇଥିବା ଟ୍ରକ୍ର ଡ୍ରାଇଭରକୁ ପୋଲିସ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।

Related posts

 ଶ୍ରୀଅଲାରନାଥଙ୍କ ଦର୍ଶନ: ବୟସ୍କ, ଭିନ୍ନକ୍ଷମ, ମହିଳା ଓ ଶିଶୁଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

mahabharatanews

ସୋମବାର ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି

mahabharatanews

ବରୀରୁ ୧୪୬ କୋଲକାତା ଫେରନ୍ତା ଙ୍କ ନମୁନା ସଂଗ୍ରହ କଲା ପ୍ରଶାସନ

mahabharatanews