ଅପରାଧ

ବାଇକ୍ ଲୁଟେରା ଗିରଫ

(ମହାଭାରତ, ଭଦ୍ରକ): ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବାରିକପୁର ଅଞ୍ଚଳରେ ଜଣେ ବାଇକ୍ ଲୁଟେରାକୁ ସ୍ଥାନୀୟ ଲୋକେ କାବୁ କରିବା ପରେ ନିର୍ଧୁମ ମାଡ଼ ଦେଇଛନ୍ତି । ପରେ ପୋଲିସ ତାକୁ ଗିରଫ କରିଛି । ସୂଚନା ଅନୁଯାୟୀ, ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନସ୍ଥ ବରପଦା (କିଆ ଗଢିଆ) ଅଞ୍ଚଳର ପ୍ରଶାନ୍ତ ପରିଡା ସ୍ଥାନୀୟ ଅଞ୍ଚଳର ବହୁ ଲୋକଙ୍କ ବାଇକ୍ ଚୋରି କରି ପଳାଇଥିବା ଅଭିଯୋଗ ହୋଇଛି । ପୋଲିସ ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ପ୍ରଥମେ ଗାଁ ଲୋକଙ୍କ କାମ କରିବା ପାଇଁ ପାଇଁ ଯାଇଥାଏ । ଏହାପରେ ବାହାନା କରି ଖାଇବା ଆଣିବାକୁ ଘର ମାଲିକଙ୍କ ଠାରୁ ବାଇକ୍ ମାଗି ନେଇଥାଏ । ପରେ ତାକୁ ଚୋରି କରି ନେଇଥାଏ । ଶୁକ୍ରବାର ସନ୍ଧ୍ୟାରେ ବାସନ୍ତୀ ଦୁର୍ଗା ପଡିଆ ନିକଟରେ ସେ ବୁଲୁଥିବା ଖବର ପାଇ ଗାଁ ଲୋକେ କାବୁ କରି ନେଇଥିଲେ । ଏହାପରେ ପଡିଆରେ ତାକୁ ବାନ୍ଧି ନିର୍ଧୁମ ଛେଚିଥିଲେ । ପରେ ପୋଲିସକୁ ଡାକି ଜିମା ଦେଇଥିଲେ । ପୋଲିସ ତାକୁ ଅଟକ ରଖି ପଚରାଉଚରା କରିଛି ।

Related posts

କୋର୍ଟରେ ନକଲି ଡାକ୍ତର ରମେଶ ସ୍ୱାଇଁର ଚାର୍ଜସିଟ ଦାଖଲ କଲେ ମହିଳା ପୋଲିସ

mahabharatanews

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନୁଗୁଳ ଜଳସେଚନ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ସୁରେନ୍ଦ୍ର ବେହେରାଙ୍କ ଘରେ ଭିଜିଲାନ୍ସ ଚଢାଉ

mahabharatanews

ଟଙ୍କା, ମୋବାଇଲ ଓ କାର ଜବତ କରିବା ସହ , ୩ ଲୁଟେରାଙ୍କୁ ଧରିଲେ ଆଇଆଇସି

mahabharatanews