ଓଡିଶା

ବାମନାଳ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

(ମହାଭାରତ, ନିମାପଡା): ପୁରୀ ଜିଲ୍ଲା ନିମାପଡା ବ୍ଲକ ଅନ୍ତର୍ଗତ ବାମନାଳ ଠାରେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ନବମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଘରୋଇ ହୋମିଓପାଥି ଚିକିତ୍ସକ ସଂଘର ସଭାପତି ନେତ୍ରାନନ୍ଦ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଉଦ୍ଘାଟନ କରିଥିଲେ । ଭାରତୀୟ ବିକାଶ ସଂସ୍ଥାର ସୁରେନ୍ଦ୍ର ମୋହନ ପଟ୍ଟନାୟକ ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଶଶୀଭୂଷଣ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇ କୁନି ଛାତ୍ରଛାତ୍ରୀମାନେ ଉଚ୍ଚ ଶିକ୍ଷିତ ହୋଇ କିଭଳି ଦେଶର ନାଁ ରଖିବେ ସେ ନେଇ ବକ୍ତବ୍ୟ ରଖିଥିଲେ । ଏହି ଅବସରରେ ସରସ୍ୱତୀ ଶିଶୁ ମନ୍ଦିର ବାର୍ଷିକ କ୍ରୀଡାରେ ଭାଗ ନେଇଥିବା କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ । ପରେ କୁନି ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶଣ କରିଥିଲେ ।

Related posts

ଆନ୍ଦୋଳନକୁ ଓହ୍ଲାଉଥିବା ଅଙ୍ଗନୱାଡ଼ି କର୍ମୀଙ୍କୁ କଡ଼ା ଚେତାବନୀ 

mahabharatanews

ଆସନ୍ତା ଦୁଇ ଦିନ ରାଜ୍ୟରେ କାଳବୈଶାଖୀ ସମ୍ଭାବନା

mahabharatanews

କଟକର ଐତିହାସିକ ବାଲିଯାତ୍ରା ଉପର ପଡ଼ିଆରେ ହେବ ବୋଲି ପ୍ରଶାସନ ନିଷ୍ପତ୍ତି ନେଇଛି, ଏନେଇ କୋର୍ଟଙ୍କୁ ଦିଆଯିବ ସତ୍ୟପାଠ

mahabharatanews