Uncategorized

ବାରଣାସୀ ସ୍କୁଲରେ କୋରୋନା କ୍ଲାସ୍

(ଲକ୍ଷେ୍ନø): କୋରୋନା ଭାଇରସର ଭୟାବହତାକୁ ଦେଖି ଏବେ ଏହାକୁ ନେଇ ସବୁ ଠାରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି । ଏହି ଭୂତାଣୁକୁ ନେଇ ସୃଷ୍ଟି ହେଉଥିବା ଭ୍ରାନ୍ତ ଧାରଣା ଦୁର ଏବଂ ସତର୍କତା ଅବଲମ୍ବନ କରିବା ପାଇଁ ବାରଣାସୀର ଏକ ଘରୋଇ ସ୍କୁଲରେ ‘କୋରୋନା କ୍ଲାସ’ ଆରମ୍ଭ ହୋଇଛି । ଏହି ଭୟଙ୍କର ଭାଇରସକୁ ପ୍ରତିହତ କରିବା ପାଇଁ କଣ କରାଯିବ ଓ ନ କରାଯିବ ତା’ର ଏକ ତାଲିକା ପସ୍ତୁତ କରାଯାଇଛି । ଏହାର ନାମ ‘ କରୋ ନା’ ରଖାଯାଇଛି । ଏହାର ଏଭଳି ନାମକରଣ କରାଯାଇଥିବାରୁ ଏଥିରେ ଯେଉଁ ଟିପ୍ସ ଦିଆଯାଇଛି ସେଗୁଡିକୁ ଛାତ୍ରଛାତ୍ରୀମାନେ ଆଗ୍ରହର ସହ ଗ୍ରହଣ କରି ମନେ ରଖୁଛନ୍ତି ବୋଲି ସ୍କୁଲର ଜଣେ ଶିକ୍ଷୟିତ୍ରୀ କହିଛନ୍ତି । ଶନିବାର ଠାରୁ ଆରମ୍ଭ ହୋଇଥିବା ଏହି କ୍ଲାସରେ ପିଲାମାନଙ୍କୁ ହାତ ମିଳାଇବାକୁ, ଆଲିଙ୍ଗନ କରିବାକୁ ବାରଣ କରାଯାଇଛି । ସେହିଭଳି ନିଜର ଟିଫୀନ, ପାଣି, ରୁମାଲ ମଧ୍ୟ କାହା ସହ ସେୟାର ନ କରିବାକୁ କୁହାଯାଉଛି । ସେହିପରି ବାରମ୍ବାର ହାତ ଧୋଇବା ଓ ଶରୀର ଅସ୍ୁସ୍ଥ ଲାଗିଲେ ତୁରନ୍ତ ଜଣାଇବାକୁ କୁହାଯାଇଛି । ବାରଣାସୀକୁ ଅଧିକ ମାତ୍ରାରେ ପର୍ଯ୍ୟଟକ ଆସୁଥିବାରୁ ଏଭଳି ସାବଧାନତା ଜରୁରୀ ହୋଇପଡିଛି । ତେଣୁ ପିଲାମାନଙ୍କୁ ଏ ବିଷୟରେ ସଚେତନ କରାଇଲେ ସେମାନେ ଏ ସମ୍ପର୍କରେ ନିଜ ପିତାମାତାଙ୍କୁ ଅବଗତ କରାଇବେ ବୋଲି ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି ।

Related posts

ମହାଶିବରାତ୍ରି ନେଇ ଧବଳେଶ୍ୱର ପୀଠରେ ୧୪୪ ଧାରା ଲାଗୁ

mahabharatanews

୨୨ରେ ମିଳିବନି ଫାଶୀ ଗୃହ ମନ୍ତ୍ରଣାଳୟରେ ମୁକେଶର ଦୟା ଯାଚିକା

mahabharatanews

ଗୋଧରା ହତ୍ୟାକାଣ୍ଡ ଘଟଣାରେ ୮ ଦୋଷୀଙ୍କୁ ଜାମିନ ପ୍ରଦାନ କଲେ ସୁପ୍ରିମ କୋର୍ଟ

mahabharatanews