(ମହାଭାରତ, ପୁରୀ): ପୁଲୱାମା ଆତଙ୍କୀ ହମଲାକୁ ଶୁକ୍ରବାର ବର୍ଷେ ପୁରିଛି । ଏହି ଉପଲକ୍ଷେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ପୁରୀ ବେଳାଭୂମୀ ଠାରେ ଶହୀଦ ଯବାନମାନଙ୍କୁ ବାଲୁକା କଳା ଜରିଆରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ସୂଚନାଯୋଗ୍ୟ, ଗତବର୍ଷ ଫେବୃଆରୀ ୧୪ ତାରିଖରେ ଶ୍ରୀନଗର-ଜମ୍ମୁ ଜାତୀୟ ରାଜପଥରେ ସିଆରପିଏଫ ଯବାନ ମାନଙ୍କ ଏକ ଛାଉଣୀ ଯାଉଥିବା ବେଳେ ଅବନ୍ତିପୋରା ଠାରେ ଆତଙ୍କୀଙ୍କ ବିସ୍ଫୋରକ ସାମଗ୍ରୀ ବୋଝେଇ ଭ୍ୟାନ ସେମାନଙ୍କ ଗାଡିକୁ ଧକ୍କା ଦେଇଥିଲା । ଏହି ପ୍ରଚଣ୍ଡ ବିସ୍ଫୋରଣରେ ୪୦ ସିଆରପିଏଫ ଯବାନ ଘଟଣାସ୍ଥଳରେ ଶହୀଦ ହୋଇଥିଲେ । ଅନ୍ୟ ଯବାନମାନେ ଏଥିରେ ଗୁରୁତର ଆହତ ହୋଇଥିଲେ ।
previous post
next post