ଓଡିଶା

ଆସନ୍ତା ମାସରୁ ସଡକ ନିରାପତ୍ତା ଯାଞ୍ଚ ହେବ କଡାକଡି

ଭୁବନେଶ୍ୱର: ସାବଧାନ, ଜାନୁଆରୀରୁ ସଡ଼କ ନିରାପତ୍ତା ଯାଞ୍ଚ କଡ଼ାକଡ଼ି ହେବ। ଜାନୁଆରୀରୁ ରାଜ୍ୟରେ ସଡକ ନିରାପତ୍ତା ଯାଞ୍ଚକୁ କଡାକଡି କରିବାକୁ ମୁଖ୍ୟ ଶାସନ ସଚିବ ପରିବହନ କମିସନର ଓ ପୁଲିସ୍ ଏସ୍‌ପିମାନଙ୍କୁ କଡା ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟାରେ ବ୍ରେକ ଲଗାଇବାକୁ ସମସ୍ତ ଯାଞ୍ଚ ବ୍ୟବସ୍ଥାକୁ କଡାକରିବାକୁ କୁହାଯାଇଛି । ମୁଖ୍ୟତଃ ବାଇକ୍‌ର ପଛ ଯାତ୍ରୀଙ୍କ ହେଲ୍‌ମେଟ୍‌ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଜାନୁଆରୀରୁ ଏହି ଆଇନକୁ କଡା କରାଯିବା ସହ ଉଲ୍ଲଘଂନକାରୀଙ୍କର ଲାଇସେନ୍ସ ବାତିଲ୍ କରାଯିବ।
କରୋନା ସଂକ୍ରମଣ ପାଇଁ ସଡକ ସୁରକ୍ଷା ଯାଞ୍ଚରେ ହୋଇଥିବା କୋହଳ ଧୀରେ ଧୀରେ ଲାଗୁ ହେବାରେ ଲାଗିଥିବା ବେଳେ ଜାନୁଆରୀରୁ ଏହାକୁ ସମ୍ପୂର୍ଣ୍ଣ କଡାକରିବାକୁ ନିଷ୍ପତ୍ତି ହୋଇଛି ।
ସେହିପରି ଡ୍ରାଇଭିଂ ଲାଇସେନ୍ସ, ଲର୍ଣ୍ଣିଂ ଲାଇସେନ୍ସକୁ ମଧ୍ୟ କଡାକଡି ଯାଞ୍ଚ କରାଯିବ । ଏସମ୍ପର୍କରେ ପରିବହନ କମିଶନର କହିଛନ୍ତି, ବର୍ତ୍ତମାନ ୨୪ଟି ଆର୍‌ଟିଓରେ ନୂତନ ଏଲ୍‌ଏଲ୍‌ ଆବେଦନ କରାଯାଉଛି। ୧୪ଟି ଆର୍‌ଟିଓରେ ଏପର୍ୟ୍ୟନ୍ତ ଅନେକ ଆବେଦନକାରୀ ଅପେକ୍ଷାରେ ରହିଛନ୍ତି। କେଉଁ ଆର୍‌ଟିଓରେ କେତେ ଆବେଦନକାରୀ ଅଛନ୍ତି ସେସବୁକୁ ଅନୁଧ୍ୟାନ କରାଯିବା ପରେ ଶେଷ ସମୟ ସମ୍ପ୍ରସାରଣ କରାଯିବ କି ନାହିଁ ବା କେତେ ଦିନ ସମ୍ପ୍ରସାରଣ କରାଯିବ ସେ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ ବୋଲି ପରିବହନ କମିସନର କହିଛନ୍ତି।

SR

 

Related posts

ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ…

mahabharatanews

ଭିଜିଲାନ୍ସ ଜାଲରେ RWSSର ସହକାରୀ ଯନ୍ତ୍ରୀ

mahabharatanews

ପୁଲିସ ପ୍ରଶାସନର ନିରବତାକୁ ନେଇ ଅସନ୍ତୋଷ

mahabharatanews