ଢାକା: ପ୍ରବଳ ବର୍ଷ ଓ ଘଡଘଡି ବୁଜୁଳି ବିବାହ ଭୋଜିକୁ ଶ୍ମଶାନରେ ପରିଣତ କଲା । ବାଂଲାଦେଶର ଶିବଗଞ୍ଜ ଠାରେ ଏପରି ଘଟଣା ଘଟିଛି। ହସ ଖୁସିରେ ଭୋଜି ଉତ୍ସବ ଚାଲିଥିବା ବେଳେ ମାଡି ଆସିଲା ବର୍ଷା, ବିଜୁଳି । ଘନଘନ ବିଜୁୁଳି ଖସିଲା ଆକାଶରୁ ମୃତ୍ୟୁ ଦୂତ ସାଜି ଓ ନେଇଗଲା ୧୬ ଜୀବନ । ଏଥିରେ ଏହି ବିଜୁଳି ମାଡ଼ରେ ବର ଗୁରୁତର ଆହତ ହୋଇଛନ୍ତି।
ଶିବଗଞ୍ଜରେ ଏକ ବାହାଘର ଭୋଜି ଚାଲିଥିଲା । ଏହି ସମୟରେ ହଠାତ ବର୍ଷା ପବନ ମାଡି ଆସିଥିଲା । ବର୍ଷାରୁ ବର୍ତ୍ତିବା ପାଇଁ ଗୋଟିଏ ଡଙ୍ଗା ଦ୍ୱାରା ନଦୀ କୂଳରେ ଥିବା ଶିବଗଞ୍ଜର ଆଶ୍ରୟ ସ୍ଥଳକୁ ଯାଉଥିଲେ। ଏହି ସମୟରେ ଏକାଧିକ ବିଜୁଳି ମାରିଥିଲା ଓ ଡଙ୍ଗାରେ ଥିବା ୧୬ ଜଣଙ୍କ ମୃତ୍ୟୁ ଘଟିଥିଲା । ଅନ୍ୟପଟେ ବିଜୁଳି ମାଡରେ ଗୁରୁତର ହୋଇଛନ୍ତି।